Below header

ନରେନ୍ଦ୍ରପୁରର ମା’ପାଟଣ ମଙ୍ଗଳା ପୀଠ, ବୁଡ ପକାଇଲେ ମାନସିକଧାରୀ ଶହଶହ ପାଟୁଆ ଭକ୍ତ

ଚାନ୍ଦବାଲି(କେନ୍ୟୁଜ): ଭଦ୍ରକ ଜିଲ୍ଲା ତିହିଡି ବହ୍ଲକ ନରେନ୍ଦ୍ରପୁରର ମା ପାଟଣ ମଙ୍ଗଳାଙ୍କ ପୀଠ। ମହା ବିଷୁଭ ସଂକ୍ରାନ୍ତି ଅବସରରେ ମାଙ୍କ ପୀଠରେ ଲାଗିଥିଲା ହଜାର ହଜାର ଭକ୍ତଙ୍କ ଭିଡ । ଭକ୍ତମାନେ ମାଙ୍କ ପାଖରେ ପୂଜାର୍ଚ୍ଚନା କରି ନିଜ ନିଜ ନିଜର ମାନସିକ ପୂରଣ କରିଥିଲେ ।

ଗତ ୨ବର୍ଷ ହେଲା କରୋନା କଟକଣା ପାଇଁ ବନ୍ଦ ଥିଲା ଏହି ଉତ୍ସବ । ତେଣୁ ମାନସିକଧାରୀ ପାଟୁଆ ଭକ୍ତମାନେ ପୋଖରୀରେ ବୁଡ ପକାଇପାରିନଥିଲେ । ଚଳିତ ବର୍ଷ କଟକଣା ନଥିବାରୁ ଶହଶହ ପାଟୁଆ ଭକ୍ତମାନେ ପୋଖରୀରେ ବୁଡ ପକାଇ ନିଜ ନିଜର ମାନସିକ ପୂରଣ କରିଥିଲେ । ତାହାସହ ମାଙ୍କୁ ଭକ୍ତମାନେ ମାଟି ଘୋଡା ଅର୍ପଣ କରିଥିଲେ । ଯାହାକି ମାଙ୍କ ପୀଠର ଏହା ଏକ ବିଶେଷତ୍ୱ । ଏହି ଉତ୍ସବକୁ ଉପଭୋଗ କରିବାକୁ ଆସିଥିବା ହଜାର ହଜାର ଭକ୍ତଙ୍କ ପାଇଁ ମନ୍ଦିର କମିଟ ତରଫରୁ ବ୍ଯାପକ ବ୍ଯବସ୍ଥା କରାଯାଇଥିଲା । ତାହାସହ ମାଙ୍କ ପୀଠରେ ବହୁ ଦୋକାନ, ବଜାର ମଧ୍ଯ ବସିଥିଲା । ଯାହାକୁ ଦେଖି ବେଶ ଖୁସି ଉପଭୋଗ କରିଥିଲେ ଭକ୍ତ। ତେବେ ଏହି ମାସ ସାରା ମାଙ୍କ ପାଖରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲିବ ।

ଉତ୍ସବ ମୁଖର ନରେନ୍ଦ୍ରପୁରର ମା ପାଟଣ ମଙ୍ଗଳା ପୀଠ । ମାଙ୍କ ଆଶୀଷ ଲାଭ ପାଇଁ ହଜାର ହଜାର ଭକ୍ତଙ୍କ ଗହଳି ଲାଗିଛି ଏହି ପୀଠରେ । ଭକ୍ତଙ୍କ ବିଶ୍ୱାସ ମାଙ୍କୁ ଯିଏ ଯାହା ମାନସିକ କରେ ତାହା ଏଠି ନିଶ୍ଚିତ ପୂରଣ ହୁଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.