Below header

ମହାକାଳପଡ଼ାରେ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ ଘଟଣା

କେନ୍ଦ୍ରାପଡ଼ା (କେନ୍ଯୁଜ୍) : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ହାଜତରୁ ଚମ୍ପଟ ମାରି ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି । କ୍ରାଇମବ୍ରାଞ୍ଚ ଡିଏସ୍‌ପି ଅଶୋକ ଦାସ, ଇନ୍ସପେକ୍ଟର ତାପସ ପ୍ରଧାନଙ୍କ ସହ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚି ତଦନ୍ତ କରିଛନ୍ତି ।

ଅଭିଯୋଗ ଅନୁଯାୟୀ, ମହାକାଳପଡ଼ା ବାଲଣା ଗାଁର ଶରତ ଚନ୍ଦ୍ର ପଇଟାଲଙ୍କ ପୁଅ ଅବିନାଶ ପଇଟାଲକୁ ପୋଲିସ ମୋବାଇଲ  ଫୋନ ଚୋରି ଅଭିଯୋଗରେ ଉଠାଇ ନେଇଥିଲା । ଏହାପରେ ଗତ ୨୬ ତାରିଖରେ ଥାନା ନିକଟ ଏକ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଅବିନାଶ ଥାନାରୁ ଚମ୍ପଟ ମାରି ଆତ୍ମହତ୍ୟା କରିଥିବା ପୋଲିସ କହିଥିଲା । ହେଲେ ପୋଲିସ ପିଟିପିଟି ମାରିଦେଇଥିବା ଅଭିଯୋଗ କରି ପରିବାର ଓ ସ୍ଥାନୀୟ ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ପୂର୍ବରୁ ଏହି ଘଟଣାରେ ମହାକାଳପଡ଼ା ଥାନା ଆଇଆଇସି ଶ୍ୟାମଘନ ବେହେରାଙ୍କୁ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ନିଲମ୍ବନ କରାଯାଇଥିଲା । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ନିରପେକ୍ଷ ତଦନ୍ତ ପାଇଁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.