ଏସୀୟ କ୍ରୀଡ଼ାରେ ସଫଳତା ପରେ ଦିଲ୍ଲୀ ଫେରିଲେ ଦୂତି ଚାନ୍ଦ

ନୂଆଦିଲ୍ଳୀ(କେନ୍ଯୁଜ୍) : ଏସୀୟ କ୍ରୀଡ଼ାରେ ଡବଲ ରୌପ୍ୟ ପଦକ ଜିତିବା ପରେ ଜାକର୍ତ୍ତାରୁ ଦିଲ୍ଲୀ ଫେରିଲେ ଦୂତି ଚାନ୍ଦ । ଦିଲ୍ଲୀ ବିମାନ ବନ୍ଦରରେ କିଟ୍‌ ଓ କିସ‌ର ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ତାଙ୍କୁ ସ୍ୱାଗତ କରିଥିଲେ । ଦୂତିଙ୍କ ସହ ତାଙ୍କ କୋଚ୍‌ ନାଗପୂରୀ ରମେଶଙ୍କୁ ମଧ୍ୟ ସ୍ୱାଗତ କରାଯାଇଥିଲା । ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ସେ ତାଙ୍କର ସଫଳତା ଶ୍ରେୟ ଦେଇଛନ୍ତି । ଏସୀୟ କ୍ରୀଡ଼ାରେ ଦୂତି ଚାନ୍ଦ ୧୦୦ ମିଟର ଓ ୨୦୦ ମିଟରରେ ରୌପ୍ୟ ପଦକ ଜିତିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.