Below header

ସ୍ୱର୍ଣ୍ଣ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ମହିଳା ହକି ଦଳ

ନୂଆଦିଲ୍ଳୀ (କେନ୍ଯୁଜ୍) : ଆଜି ସ୍ୱର୍ଣ୍ଣ ପଦକ ପାଇଁ ପଡ଼ିଆକୁ ଓହ୍ଲାଇବ ଭାରତୀୟ ମହିଳା ହକିଦଳ । ଜାପାନ ସହ ରହିଛି ମୁକାବିଲା। ଏସିଆଡରେ ୨୦ ବର୍ଷ ପରେ ଫାଇନାଲରେ ପହଞ୍ଚିଛି ଭାରତୀୟ ମହିଳା ଟିମ୍‌। ୧୯୯୮ ବ୍ୟାଙ୍ଗକକ୍‌ ଏସିଆଡରେ ଫାଇନାଲ ଖେଳିଥିଲା ଦଳ। କିନ୍ତୁ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲା। ଭାରତୀୟ ମହିଳା ଦଳ, ଥରେ ମାତ୍ର ୧୯୮୨ରେ ଜିତିଥିଲା ସ୍ୱର୍ଣ୍ଣ ପଦକ।

ଆଜି ଯଦି ଦଳ ବିଜୟ ହୁଏ ତେବେ ୩୬ ବର୍ଷ ପରେ ଭାରତୀୟ ମହିଳା ଦଳଙ୍କୁ ମିଳିବ ସ୍ୱର୍ଣ୍ଣ। ଏହାସହ ୨୦୨୦ ଟୋକିଓ ଅଲିମ୍ପିକ୍ସକୁ ସିଧା ଯୋଗ୍ୟତା ମିଳିବ।  ସେପଟେ ପୁରୁଷ ହକି ସେମିରେ ହାରିଛି ଭାରତ। ଏବେ ବ୍ରୋଞ୍ଜ ପାଇଁ ଆସନ୍ତକାଲି ପାକିସ୍ତାନ ସହ ମୁକାବିଲା ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.