ସ୍କୁଲ ମଧ୍ୟାହ୍ନ ଭୋଜନରେ, ସବୁ ଦିନ ମିଳିବ ଅଣ୍ଡା

କେନ୍ଦୁଝର (କେନ୍ଯୁଜ୍) :ଏଣିକି କେନ୍ଦୁଝରରେ ସବୁ ସ୍କୁଲରେ ମିଡ ଡେ ମିଲ୍‌ରେ ସପ୍ତାହରେ ୬ ଦିନ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଅଣ୍ଡା । ଜିଲ୍ଲାବ୍ୟାପୀ ପୋଷକ ଅଭିଯାନର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଶୁଭାରମ୍ଭ କରିଛନ୍ତି । ଛାତ୍ରଛାତ୍ରୀଙ୍କ ସହ ମିଶି ମନ୍ତ୍ରୀ ମିଡ୍‌ ମେ ମିଲ ମଧ୍ୟ ଖାଇଥିଲେ । ମିଡ୍‌  ଡେ ମିଲ୍‌ରେ ଅଣ୍ଡା ପାଇଁ କେନ୍ଦୁଝର ଜିଲ୍ଲା ଡିଏମଏଫ ଫଣ୍ଡରୁ ବାର୍ଷିକ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ ।

ରବିବାରକୁ ଛାଡ଼ି ବାକି ୬ ଦିନ ସ୍କୁଲରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦିଆଯିବ । ଆଉ ଯେଉଁ ପିଲାମାନେ ଅଣ୍ଡା ନଖାଇବେ ସେମାନଙ୍କୁ ବଦଳରେ ଗୋଟିଏ ଲେଖାଏଁ କଦଳୀ ମିଳିବ । ଏହାଦ୍ୱାରା ପୁଷ୍ଟିକର ଖାଦ୍ୟ ଖାଇବା ସାଙ୍ଗକୁ ଛାତ୍ରଛାତ୍ରୀମାନେ ପ୍ରତିଦିନ ସ୍କୁଲ ଆସିବାକୁ ମନ ବଳାଇବେ । ଫଳରେ ସାକ୍ଷରତା ହାର ବୃଦ୍ଧି ପାଇବ । ତେବେ ଜିଲ୍ଲାର କିଛି ସ୍କୁଲ କର୍ତ୍ତୃପକ୍ଷ ଏହି ନୂଆ ବ୍ୟବସ୍ଥା ସଂପର୍କରେ ସୂଚନା ପାଇ ନଥିବାରୁ ଗତକାଲି ମିଡ୍‌ ଡେ ମିଲ୍‌ରେ ଅଣ୍ଡା ଦିଆଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.