ସାକାର ହେବ ବଲାଙ୍ଗିରବାସୀଙ୍କ ସ୍ୱପ୍ନ:ଉଦଘାଟନ ହେବ ମେଡିକାଲ କଲେଜ

ବଲାଙ୍ଗିର : ଆଜି ବଲାଙ୍ଗିର ମେଡିକାଲ କଲେଜ ଓ ହସ୍ପିଟାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେଡିକାଲ କଲେଜ ଓ ହସ୍ପିଟାଲର ନାଁ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ରଖାଯାଇଛି । ବହୁବର୍ଷ ହେବ ବଲାଙ୍ଗିରରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଦାବି ହୋଇ ଆସୁଥିଲା । ଶହେ ଏମବିବିଏସ ସିଟ୍‌ ବିଶିଷ୍ଟ ଏହି ମେଡିକାଲ କଲେଜରେ ଚଳିତ ଶିକ୍ଷା ବର୍ଷରୁ ପାଠ ପଢା ଆରମ୍ଭ ହୋଇଛି ।

ଆଜି ଆନୁଷ୍ଠାନିକ ଭାବେ ଏହାର ଉଦ୍‌ଘାଟନ ହେବ । ସେପଟେ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଆସନ୍ତା ୩ ତାରିଖ ଦିନ ଉଦ୍‌୍‌ଘାଟନ କରାଯିବ । ଏହି ମେଡିକାଲ କଲେଜରେ ଶହେଟି ଏମବିବିଏସ ସିଟ୍‌  ରହିଛି । ଚଳିତବର୍ଷରୁ ଏଠାରେ ପାଠପଢ଼ା ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.