Below header

ଘର ସଫା ଝାଡ଼ୁ ମଧ୍ୟ ଆପଣଙ୍କୁ କରିପାରିବ ମାଲାମାଲ

ଆପଣ ଜାଣିଛନ୍ତି କି ଦୈନିକ ବ୍ଯବହାର କରୁଥିବା ଝାଡ଼ୁର ପ୍ରଭାବ ଆମର ଜୀବନରେ ପଡ଼ିଥାଏ । ଏହା ସମ୍ନାନରେ ଟିକେ ମଧ୍ୟ ହାନି ହୋଇଥିଲେ ତାହାର ସିଧାସଳଖ ପ୍ରଭାବ ଜୀବନରେ ଦେଖାଯାଇଥାଏ। ଏଣୁ ନିୟମିତ ଭାବେ ଝାଡ଼ୁ କରୁଥିବା ସମୟରେ କିଛି ସାଧାରଣ ଜିନିଷ ଉପରେ ଧ୍ଯାନ ରଖିବା ନିହାତି ଜରୁରୀ ଥାଏ।

-ଘରେ ଖୋଲା ସ୍ଥାନରେ କେବେ ମଧ୍ୟ ଝାଡ଼ୁ ରଖନ୍ତୁ ନାହିଁ। ଏହାକୁ ଅଶୁଭ କୁହାଯାଇଥାଏ। ଏଣୁ ସବୁବେଳେ ନଦେଖାଯିବା ସ୍ଥାନରେ ଝାଡ଼ୁକୁ ଲୁଚାଇ ରଖନ୍ତୁ।

-ଖାଇବା ଘରେ କେବେ ମଧ୍ୟ ଭୁଲରେ ଝାଡ଼ୁ ରଖନ୍ତୁ ନାହିଁ। ଏହା ଦ୍ବାରା ଘରେ ଖାଇବା ଜିନିଷ ଶୀଘ୍ର ଶେଷ ହୋଇଥାଏ। ଏଥିସହ ସ୍ବାସ୍ଥ୍ଯ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ।

ନିଶ୍ଚିତ ପଢ଼ନ୍ତୁ: ଭାଦ୍ରବ ମାସରେ କଣ କରିବେ, କଣ କରିବେ ନାହିଁ

-ରାତି ସମୟରେ ଘର ବାହାରେ ଝାଡ଼ୁ ରଖିଲେ ଘର ମଧ୍ୟରେ ନକାରତ୍ମକ ଉର୍ଜା ପ୍ରବେଶ କରିନଥାଏ। ସବୁବେଳେ ଏହି କାମ ସମୟରେ ହିଁ କରିବା ଉଚିତ୍।

-ଯଦି କୌଣସି ଛୁଆ ଘରେ ହଠାତ୍ ଝାଡ଼ୁ ବୁଲାଇବା ଆରମ୍ଭ କରୁଛି, ଅର୍ଥାତ୍ ଆପଣଙ୍କୁ ଘରକୁ କିଏ ଅତିଥି ଆସିବାର ଅଛନ୍ତି।

-ସୂର୍ଯ୍ଯଅସ୍ତ ପରେ ଘରେ ଭୁଲରେ ମଧ୍ୟ ଝାଡ଼ୁପୋଛା କରନ୍ତୁ ନାହିଁ। ଏହାକୁ ଅଶୁଭ କୁହାଯାଇଥାଏ।

-ଝାଡ଼ୁରେ କୌଣସି ବ୍ଯକ୍ତିଙ୍କ ଗୋଡ଼ ପଡ଼ିଲେ ଲକ୍ଷ୍ମୀ ରାଗି ଯାଇଥାନ୍ତି। ଏହା ଦ୍ବାରା ଧନହାନୀ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.