Below header

ପୁରୀ ବଡ଼ପୋଖରୀ ଜାଗା ନିକଟରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଚିହ୍ନଟ

ପୁରୀ(କେନ୍ୟୁଜ୍): ପୁରୀ ବଡ଼ପୋଖରୀ ଜାଗା ନିକଟରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଚିହ୍ନଟ । ଏସପିଙ୍କ ନେତୃତ୍ୱରେ ଅଭିଯୁକ୍ତକୁ ଧରିବା ପାଇଁ ୩ଟି ଟିମ ଗଠନ କରାଯାଇଛି । ଘଟଣାସ୍ଥଳର କିଛି ଦୂରରୁ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି ପୋଲିସ । ଖୁବଶୀଘ୍ର ହତ୍ୟାକାଣ୍ଡର କାରଣ ସହ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଗତକାଲି ୪ରୁ ୫ଜଣ ଦୁବୃର୍ତ୍ତଙ୍କ ଖଣ୍ଡା ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତକ ବାସେଳୀ ସାହି ଥାନା ଓଡ଼ିଆ ମଠ ନିକଟର ସୋଲ କାରିଗର ଜିତେନ୍ଦ୍ର ପୁରୋହିତ ବୋଲି ଜଣାପଡ଼ିଛି । ସ୍ଥାନୀୟ କେତେକ ଯୁବକଙ୍କ ସହିତ ଜିତେନ୍ଦ୍ରଙ୍କ ପରିବାର ପୂର୍ବରୁ ଗଣ୍ଡଗୋଳ ଘଟି ଥାନାରେ ମାମଲା ଚାଲିଛି । ଏଭଳିକି ପୂର୍ବରୁ ଜିତୁଙ୍କ ଘର ଉପରକୁ ବୋମାମାଡ଼ ମଧ୍ୟ ହୋଇଥିଲା । ଏହି କାରଣକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଥିବା ଜିତେନ୍ଦ୍ରଙ୍କ ପରିବାର ଲୋକେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.