ସ୍ବର୍ଣ୍ଣ ପଦକ ବିଜୟିନୀ ଝିହୁଇ ହୋଙ୍କର ହେବ ଆଣ୍ଟି ଡୋପିଂ ଟେଷ୍ଟ, ରିପୋର୍ଟ ପଜିଟିଭ ଆସିଲେ ଚାନୁଙ୍କୁ ମିଳିବ ସ୍ବର୍ଣ୍ଣ ପଦକ

ଟୋକିଓ ଅଲିମ୍ପିକ୍ସରେ ୪୯ କେଜି ଭାରୋତ୍ତୋଳନରେ ମୀରାବାଈ ଚାନୁ ରୌପ୍ଯ ପଦକ ଜିତି ସମସ୍ତଙ୍କ ପାଇଁ ଗୌରବ ଆଣିଦେଇଥିଲେ। ଏବେ ଶୁଣିବାକୁ ମିଳୁଛି ଯେ, ମୀରାବାଈ ଚାନୁଙ୍କୁ ମିଳିପାରେ ସ୍ବର୍ଣ୍ଣ ପଦକ। ସ୍ବର୍ଣ୍ଣ ପଦକ ବିଜୟିନୀ ଚାଇନାର ଝିହୁଇ ହୋଙ୍କର ହେବ ଆଣ୍ଟି ଡୋପିଂ ଟେଷ୍ଟ। ରିପୋର୍ଟ ପଜିଟିଭ ଆସିଲେ ଚାନୁଙ୍କୁ ମିଳିବ ସ୍ବର୍ଣ୍ଣ ପଦକ। ଏନେଇ ଖବର ସରବରାହ ସଂସ୍ଥା ଏଏନ୍‌ଆଇରେ ଖବର ପ୍ରକାଶ ପାଇଛି।

ଶନିବାର ଚାଇନାର ମହିଳା ଭାରୋତ୍ତୋଳନ ଖେଳାଳି ଝିହୁଇ ହୋ ଟୋକିଓ ଅଲିମ୍ପିକ୍ସରେ ମହିଳା ୪୯କିଲୋ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ହେଲେ ଏବେ ତାଙ୍କର ଆଣ୍ଟିଂ ଡୋପିଂ ଟେଷ୍ଟ ହେବ। ଏଥିପାଇଁ ହୋ ଟୋକିଓରେ ହିଁ ଅଛନ୍ତି ଏବଂ ତାଙ୍କର ଟେଷ୍ଟ କରାଯାଇଥିବା ସୂଚନା ରହିଛି। ସେ ଯଦି ଟେଷ୍ଟରେ ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ରୌପ୍ୟ ପଦକ ବିଜୟିନୀ ମୀରାବାଈ ଚାନୁଙ୍କୁ ସ୍ବର୍ଣ୍ଣ ପଦକ ମିଳିବ।

ଏସବୁ ମଧ୍ୟରେ ରୌପ୍ୟ ପଦକ ବିଜୟିନୀ ଏବେ ଟୋକିଓରୁ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଏନେଇ ସେ ନିଜେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି। ଗତକାଲି ମଣିପୁର ସରକାର ଚାନୁଙ୍କୁ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଆଜି ଚାନୁ ସ୍ବଦେଶ ଫେରିବା ପରେ ମଣିପୁରର ଅତିରିକ୍ତ ଏସପି ଭାବେ କାର୍ଯ୍ଯ କରିବେ ବୋଲି ଘୋଷଣା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.