Below header

ମହାଲିଙ୍ଗ୍‌ ମାମଲା, ଚାଞ୍ଚଲ୍ୟକର ବୟାନ ଦେଲେ ମମିତାଙ୍କ ବାପା

ଧର୍ମଗଡ(କେ ନ୍ୟୁଜ):  ମହାଲିଙ୍ଗ୍‌ ସନ୍‌ସାଇନ ସ୍କୁଲ ଅଧ୍ୟକ୍ଷା ହତ୍ୟା ମାମଲାରେ ମମିତାଙ୍କ ବାପାଙ୍କ ଚାଞ୍ଚଲ୍ୟକର ବୟାନ । କହିଛନ୍ତି ମମିତା ନିଖୋଜ ନେଇ ଗୋବିନ୍ଦ ଏତଲା ଲେଖାଇଥିଲେ । ଝିଅ ନିଖୋଜ ପରେ ଆମେ ମହାଲିଙ୍ଗ କଲେଜ ଯାଇଥିଲୁ । ସେଠାରେ ଗୋବିନ୍ଦ ସାହୁ ଥିଲେ । ଏତଲା ସେ ଲେଖାଇଲେ । ତାଙ୍କର ଜଣେ କ୍ଲର୍କକୁ ଡାକି ଲେଖାଇଥିଲେ । ତାଙ୍କ ବାପାଙ୍କୁ ଦସ୍ତଖତ କରିବାକୁ

କହିଥିଲେ । ସେମାନେ ଯିବା ପୂର୍ବରୁ ଗୋବିନ୍ଦ ଆଗୁଆ କେଗାଁ ଥାନାରେ ପହଞ୍ଚିଥିଲେ । ମମିତାଙ୍କ ପରିବାର ଥାନାରେ ପହଞ୍ଚିବା ପରେ ଆମ ଏତଲା ରଖିଲେନି ଥାନାବାବୁ । ତୁମେ ତୁରେକେଲା ଥାନା ଯାଅ ବୋଲି କହିଥିଲେ । ପୋଲିସ ତଦନ୍ତରେ ସେ ଖୁସି । ତାଙ୍କ ପରିବାରକୁ ବଦନାମ କରାନଯାଉ । ନ୍ୟାୟ ଦରକାର ବୋଲି ମମିତାଙ୍କ ବାପା କହିଛନ୍ତି । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ବହୁ ଚର୍ଚିତ ସ୍କୁଲ ଅଧ୍ୟକ୍ଷା ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ତଥ୍ୟ ପଦାକୁ ଆସିବାରେ ଲାଗିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କୁ ଗିରଫ କରି ପଚରାଉଚୁରା କରୁଛି ପୋଲିସ ।

ମମିତାଙ୍କ ବାପା ଏହା ମଧ୍ୟ କହିଛନ୍ତିକି , ଯେଉଁ ଦିନ ଏହି ହତ୍ୟାକାଣ୍ଡ ଘଟିଲା ତା’ ପୂର୍ବରୁ ବି ମମିତା ବାହାରକୁ ଯାଇଥିଲା। ତା’ ହତ୍ୟାକାଣ୍ଡରେ ଜଣଙ୍କର ସଂପୃକ୍ତି ନାହିଁ। ଘଟଣା ପଛରେ ଆଉ କେହି ନିଶ୍ଚିତ ଥିବେ। ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଇ ଓ ସେମାନଙ୍କୁ ଫାଶି ଦିଆଯାଉ ବୋଲି ନିବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.