Below header

ଫେସବୁକରେ ପ୍ରେମ ନିବେଦନ ଯୁବକଙ୍କୁ ପଡିଲା ମହଙ୍ଗା, ବିଚ ବଜାରରେ ଖାଇଲେ ନିର୍ଦ୍ଧୁମ ଛେଚା

ଭଦ୍ରକ(କେ ନ୍ୟୁଜ): ଫେସବୁକରେ ବାରମ୍ବାର ବିବାହିତ ମହିଳାଙ୍କୁ ପ୍ରେମ ନିବେଦନ କରିବା ଯୁବକଙ୍କ ପାଇଁ ମହଙ୍ଗା ପଡିଛି । ବିଚ ରାସ୍ତାରେ ଯୁବକଙ୍କୁ ଘୋଷାରି ଘୋଷାରି ବାଡ଼ଉଛନ୍ତି ମହିଳା ଓ ତାଙ୍କର ସମ୍ପର୍କୀୟ ମାନେ । ଏଭଳି ଏକ ଘଟଣା ଭଦ୍ରକର ଜନଗହଳିପୂର୍ଣ୍ଣ ସ୍ଥାନ ବନ୍ତ ଛକଠାରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ବାଲେଶ୍ୱର ଜ଼ିଲ୍ଲା ଖଇରା ବ୍ଲକ ର ଜଣେ ଯୁବକ, ସମ୍ବଲପୁରର ଜଣେ ବିବାହିତା ମହିଳାଙ୍କୁ ଫେସବୁକ ଜରିଆରେ ବାରମ୍ବାର ପ୍ରେମ ନିବେଦନ କରି ଆସୁଥିଲେ । ଏପରିକି ତାଙ୍କୁ ମୋବାଇଲରେ ବିଭିନ୍ନ ପ୍ରକାରର ମେସେଜ ଦେଇ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ । ଯୁବକଙ୍କ ଏପରି କାର୍ଯ୍ୟରେ ମହିଳା ଜଣକ ଅତିଷ୍ଠ ହୋଇ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେ ଇଥିଲେ ।ଗୁରୁବାର ପୂର୍ବ ଯୋଜନା ଅନୁଯାୟୀ ଯୁବକ ଜଣଙ୍କୁ ଭଦ୍ରକ ବନ୍ତ ଛକକୁ ଡକାଇ ଥିଲେ ମହିଳା ଜଣଙ୍କ ।

ଯୁବକ ଜଣଙ୍କ ବନ୍ତ ଛକ ନିକଟରେ ପହଞ୍ଚିବା କ୍ଷଣି ମହିଳା ଓ ପରିବାରର ଅନ୍ୟ ସମ୍ପର୍କୀୟ ମାନେ ଯୁବକ ଜଣଙ୍କୁ ଘୋଷାରି ଘୋଷାରି ମନ ଇଚ୍ଛା ବିଧା ଗୋଇଠା ମାରିଥିଲେ ।ଏଭଳି ମାଡ଼ ଦେଖି ଉପସ୍ଥିତ ଥିବା ଲୋକମାନେ ନିରବ ହୋଇଯାଇଥିଲେ । ଏହି ଘଟଣାର ଭିଡିଓ ଏବେ ବିଭିନ୍ନ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି । ଟାଉନ ପୋଲିସ ଯୁବକଙ୍କୁ ବାଡ଼ଉଥିବା ମହିଳାଙ୍କ ଦୁଇ ସମ୍ପର୍କୀୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.