Below header

BCG ଟିକାକୁ ଗ୍ରୀନ୍‌ ସିଗନାଲ ଦେଲା ICMR, କରୋନା ସହ କରିବ କଡ଼ା ମୁକାବିଲା

ICMR ଗବେଷଣାରେ BCG ଭ୍ୟାକ୍‌ସିନ୍‌କୁ ମିଳିଲା ଗ୍ରୀନ୍‌ ସିଗନାଲ । କରୋନା ଜୀବାଣୁ ବିରୁଦ୍ଧରେ ପ୍ରଭାବଶାଳୀ ହେବ BCG ଭ୍ୟାକ୍‌ସିନ୍‌ । ICMR ଅନୁଯାୟୀ ଏହାର ପ୍ରଭାବ ବୟସ୍କଙ୍କ ଠାରେ ଅଧିକ ରହୁଥିବା ନଜର ଆସୁଛି । ୬୦ ବର୍ଷରୁ ଅଧିକ ବୟସ୍କଙ୍କଠାରେ ଏହାର ସର୍ବାଧିକ ପ୍ରଭାବ ଦେଖାଯାଇଛି । ସୂଚନା ଦେବା ଯୋଗ୍ୟକି, ଯେଉଁ ବୟସ୍କ ବ୍ୟକ୍ତିଙ୍କଠାରେ କୋମରବିଡ୍‌ ଭଳି ରୋଗ ରହିଛି, ସେମାନଙ୍କ କରୋନା ମୃତ୍ୟୁ ହେବା ଆଶଙ୍କା ଅଧିକ ରହିଥାଏ ।

BCG ଟିକା ଦ୍ୱାରା ବୃଦ୍ଧଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇପାରିବ। ରିପୋର୍ଟ ଅନୁଯାୟୀ ୮୬ ଜଣ ସ୍ୱେଚ୍ଛାସେବୀଙ୍କୁ ନେଇ BCG ଉପରେ ଗବେଷଣା ଜାରି ରଖିଥିଲା ICMR । ବର୍ତ୍ତମାନ ସୁଦ୍ଧା ଏହି ଟିକା ୫୪ ଜଣଙ୍କ ଦେହରେ ବ୍ୟବହୃତ ହୋଇସାରିଛି । ଯେଉଁମାନଙ୍କୁ BCG ଟିକା ଦିଆଯାଇଛି, ସେମାନଙ୍କ ଆଣ୍ଟିବଡି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହା ସହ ସେହି ବୃଦ୍ଧ ବ୍ୟକ୍ତିମାନେ ସୁସ୍ଥ ଅନୁଭବ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.