ରାୟଗଡା: ଗାଡି ଯାଞ୍ଚ ବେଳେ ସ୍କୁଟି ଚାଳକଙ୍କୁ ୧୮ହଜାର ୫ଶହ ଟଙ୍କାର ଜରିମାନା । ରାୟଗଡା ସହରର ଡିଆଇବି ଛକ ଠାରେ ଗାଡି ଯାଞ୍ଚ ବେଳେ ଜଣେ ସ୍କୁଟି ଚାଳକ ଧରାପଡିଥିଲେ ।
ବୈଧ ଲାଇସେନ୍ସ ନଥିବା, ଟ୍ରାଫିକ ଆଇନକୁ ଉଲ୍ଲଂଘନ କରିବା, ହେଲମେଟ ନପିନ୍ଧିବା, ରେଡ଼ଲାଇଟ ସିଗ୍ନାଲକୁ ଅତିକ୍ରମ କରିବା ଇତ୍ଯାଦି ମାମଲାରେ ଜରିମାନା ଆଦାୟ କରିଛି ପରିବହନ ବିଭାଗ ଓ ପୋଲିସ ।