Below header

ଭୁବନେଶ୍ୱର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ପରେ କଟକ । କଟକ ସହରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ କର୍ତ୍ତୃପକ୍ଷ ଏ ନିଷ୍ପତ୍ତି ନେଇଛନ୍ତି। ସିଏମସି ଅଧୀନରେ ରହୁଥିବା ଓ ବାହାରୁ କଟକ ଆସୁଥିବା ଲୋକ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଛି। ସର୍ବସାଧାରଣ ସ୍ଥାନରେ ୨ମିଟର ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି। ସବୁ ମଲ୍‌, ଦୋକାନ, ଷ୍ଟୋର ମାଲିକ ମାନେ ୨ ମିଟର ସାମାଜିକ ଦୂରତାକୁ ସୁନିଶ୍ଚିତ କରିବେ।

ହାତକୁ ପରିଷ୍କାର ରଖିବାକୁ ପରାମର୍ଶ ଦିଆଯାଇଛି। ସର୍ବସାଧାରଣ ସ୍ଥଳରେ ଛେପ ପକାଇବା ମନା। ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କୋଭିଡ ଗାଇଡଲାଇନ ପାଳନ ନେଇ ସଂସ୍ଥାର ମୁଖ୍ୟ ସୁନିଶ୍ଚିତ କରିବେ। ଏଥିରେ ଖିଲାପ କଲେ କୋଭିଡ ୧୯ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । କୋଭିଡ ନିୟମ କ଼ଡାକଡ଼ି ପାଳନ କରିବାକୁ ସହରବାସୀଙ୍କୁ ପ୍ରଥମେ ଅପିଲ କରାଯିବ ବୋଲି ମେୟର ସୁବାସ ସିଂ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.