ଓଃ କି ମାଡ ମାରିଲେ ବୁମରା ଏକାଥରେ ବିଶ୍ୱ ରେକର୍ଡ଼, ଗୋଟିଏ ଓଭରରେ ସଂଗ୍ରହ କଲେ ୩୫ ରନ୍‌

ଲଣ୍ଡନ : ବୋଲିଂରେ ତ ସେ କମାଲ ଦେଖାଉଛନ୍ତି ହେଲେ ଆଜି ବ୍ୟାଟିଂରେ ଯେଭଳି କାରନାମା କଲେ ସେଥିରେ ହୋଇଗଲା ବିଶ୍ୱ ରେକର୍ଡ଼ । ଆମେ କହୁଛୁ ଯଶପ୍ରୀତ ବୁମରାଙ୍କ କଥା । ଏଜବାଷ୍ଟନ ଠାରେ ଚାଲିଥିବା ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ୍‌ରେ ବୁମରା ଗୋଟିଏ ଓଭରରେ ୩୫ ରନ୍‌ ସ୍କୋର କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଆଉ ତାଙ୍କର ଶିକାର ହୋଇଥିଲେ ଇଂଲଣ୍ଡର ପେସ୍‌ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ।

BUM-2

ବୁମରା ସିନା ଭଲ ରେକର୍ଡ଼ କଲେ ହେଲେ ବ୍ରଡ୍‌ଙ୍କ ନାଁରେ ରହିଗଲା ଲଜ୍ଜାଜନକ ରେକର୍ଡ଼ । ସେ ଗୋଟିଏ ଓଭରରେ ୩୫ ରନ୍‌ ଦେଇଥିଲେ । ଯାହା ଟେଷ୍ଟ କ୍ରିକେଟ୍‌ରେ ସର୍ବାଧିକ ରନ୍‌ । ଏହି ମ୍ୟାଚ୍‌ରେ ବୁମରା ଭାରତୀୟ ଦଳର ଅଧିନାୟକ ଅଛନ୍ତି । ସେ ବ୍ରଡ୍‌ଙ୍କ ୬ଟି ବଲ୍‌ରେ ନିଜ ବ୍ୟାଟ୍‌ରୁ ୨୯ ରନ୍‌ ସଂଗ୍ରହ କରିଥିଲେ । ବାକି ୬ ରନ୍‌ ଅତିରିକ୍ତ ଭାବେ ଆସିଥିଲା । ଏଥିରେ ୫ଟି ଓ୍ଵାଇଡ୍‌ ଓ ଗୋଟିଏ ନୋବଲ୍‌ ଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.