Below header

ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ, ୫୫ କେନ୍ଦ୍ରରେ ହେବ ମୂଲ୍ୟାୟନ

ଆଜିଠାରୁ ରାଜ୍ୟର ୫୫ ଟ ମୂଲ୍ୟାୟନ କେନ୍ଦ୍ରରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତାଦେଖା । ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ସହିତ ମଧ୍ୟମା ଓ ଓପନ ସ୍କୁଲ ଖାତା ମୂଲ୍ୟାୟନ ହେବ। ୫୫ ଟି ମୂଲ୍ୟାୟନ କେନ୍ଦ୍ରରେ କଡା ସୁରକ୍ଷା ମଧ୍ୟରେ ଏହି ଖାତା ମୂଲ୍ୟାୟନ ହେବ ବୋଲି ଜଣାପଡିଛି ।

କଟକ (କେନ୍ୟୁଜ) : ଆଜିଠାରୁ ରାଜ୍ୟର ୫୫ ଟ ମୂଲ୍ୟାୟନ କେନ୍ଦ୍ରରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତାଦେଖା । ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ସହିତ ମଧ୍ୟମା ଓ ଓପନ ସ୍କୁଲ ଖାତା ମୂଲ୍ୟାୟନ ହେବ। ୫୫ ଟି ମୂଲ୍ୟାୟନ କେନ୍ଦ୍ରରେ କଡା ସୁରକ୍ଷା ମଧ୍ୟରେ ଏହି ଖାତା ମୂଲ୍ୟାୟନ ହେବ ବୋଲି ଜଣାପଡିଛି । ଯେଉଁଥିରେ ନିୟୋଜିତ ହେବେ ୧୫ହଜାରରୁ ଅଧିକ ଶିକ୍ଷକ । ଖାତା ଦେଖା ପାଇଁ ବୋର୍ଡ ପକ୍ଷରୁ ମୁଖ୍ୟ ପରୀକ୍ଷକ, ଡେପୁଟି ମୁଖ୍ୟ ପରୀକ୍ଷକ ଓ ପରୀକ୍ଷକମାନଙ୍କ ପ୍ରଶିକ୍ଷଣ କରାଯାଇଛି ।

ପୂର୍ବ ନିଷ୍ପତ୍ତି ମୁତାବକ ଗତକାଲି କିଛି ମୂଲ୍ୟାୟନ କେନ୍ଦ୍ରରେ ଶିକ୍ଷକ ଶିକ୍ଷୟିତ୍ରୀ ମୂଲ୍ୟାୟନକାରୀ ମାନେ ଉପସ୍ଥିତ ହୋଇଥିବା ବେଳେ ଅନ୍ୟ କେନ୍ଦ୍ର ଗୁଡିକରେ ଆଜି ଉପସ୍ଥିତ ହୋଇ ମୂଲ୍ୟାୟନ ଆରମ୍ଭ କରିବେ। ସବଜେକ୍ଟିଭ୍ ଉତ୍ତର ଗୁଡ଼ିକର ମୂଲ୍ୟାୟନ ୧୪ ଦିନ ଭିତରେ ସରିବ । ମୂଲ୍ୟାୟନ କେନ୍ଦ୍ର ଗୁଡିକରେ ପିଇବା ପାଣି, ଫ୍ୟାନ ବ୍ୟବସ୍ଥା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସୂଚନା ଅନୁସାରେ, ଗତ ଫେବୃଆରୀ ୨୦ ତାରିଖରୁ ମାଟ୍ରିକ୍ ଆରମ୍ଭ ହୋଇଥିବା ବେଳେ ୪ ତାରିଖରେ ଶେଷ ହୋଇଥିଲା । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ମୋଟ ୫ଲକ୍ଷ ୫୧ହଜାର ୬୧୧ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.