Below header

ଚର୍ଚ୍ଚାରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ: କେତେବେଳେ କୋଦାଳ ଧରି ବଗିଚାରେ କାମ କରନ୍ତି ତ, ଆଉ କେତେବେଳେ ଜମିରେ କାଟନ୍ତି ଧାନ

ଭୁବନେଶ୍ବର/ଜୟପୁର: ନିଜ ସରକାରୀ ବାସଭବନର ବଗିଚାରେ ଫୁଲ ଗଛ ଲଗାଇ ପୁଣି ନିଜ ସାଧାରଣ ଜୀବନଚର୍ଯ୍ୟାର ପ୍ରମାଣ ଦେଇଛନ୍ତି ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ । କେତେବେଳେ ଖୋଦ ନିଜେ ନିଜ ଜମିରେ ଧାନ କାଟି ଚର୍ଚ୍ଚାରେ ତ ପୁଣି କେତେବେଳେ ଭୁବନେଶ୍ୱର ସ୍ଥିତ ତାଙ୍କ ସରକାରୀ ବାସଭବନରେ ବଗିଚାରେ କାମ କରିବା ଦେଖିବାକୁ ମିଳିଛି । ଛୁଟି ଦିନରେ ମନ୍ତ୍ରୀ ନିଜ ସରକାରୀ ବାସଭବନରେ ସମୟ ଅତିବାହିତ କରିବା ପାଇଁ  ନିଜେ କୋଦାଳ ଧରି ଫୁଲ ବଗିଚାରେ କାମ କରିଛନ୍ତି ।

farmingପଦ୍ମିନୀ ଦିଆନ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ବେଳେ ପିଲାବେଳଠୁ ସେ ଚାଷ ସହିତ ଜଡ଼ିତ। ଆଜି ମନ୍ତ୍ରୀ ପଦରେ ଥାଇ ମଧ୍ୟ ନିଜ ଜମିରେ ଧାନ ରୋଇବା ଠାରୁ ଆରମ୍ଭ କରି ଧାନ କାଟିଛନ୍ତି। ଚାଷୀ ପରିବାରରୁ ଆସିଥିବା ଯୋଗୁଁ ସେ ସିଧା ସାଧା ଜୀବନ ଯାପନ କରନ୍ତି। ନିଜ ଅଞ୍ଚଳର ଆଦିବାସୀ ମହିଳାଙ୍କ ସହ ମିଶି ଖୁବ ଆନନ୍ଦରେ ଜମିରେ ଧାନ କାଟନ୍ତି ସେ ଯେତେବେଳେ ଟିକିଏ ସମୟ ପାଆନ୍ତି ବୁଲି ଆସନ୍ତି ନିଜ ଚାଷ ଜମି ପଟେ। ନିଜ ଜମିରେ ଧାନ କାଟିବା ସହ ଏବେ ସରକାରୀ ବାସଭବନର ବଗିଚାରେ କାମ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିବା ସହ ସାଧାସିଧା ଜୀବନଯାପନର ପ୍ରମାଣ ଦେଇଛନ୍ତି ଶ୍ରୀମତି ପଦ୍ମିନୀ ଦିଆନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.