କବ୍ଜ ସମସ୍ୟାରେ ଚିନ୍ତିତ କି, ତାହେଲେ ଥରେ ଏହାକୁ ଆପଣେଇ ଦେଖନ୍ତୁ; ନିଶ୍ଚିତ ଭଲହେବ ସମସ୍ୟା

ଖାଦ୍ୟପେୟରେ ପରିବର୍ତ୍ତନ ଏବଂ ଭୁଲ ଲାଇଫଷ୍ଟାଇଲ୍‌ କାରଣରୁ କବ୍ଜ ସମସ୍ୟାରେ ପୀଡିତ ହେଉଛନ୍ତି। ଖାଦ୍ୟ ଖାଇବା ପରେ ଚାଲିବା ବଦଳରେ ବସି ରହିବା କାରଣରୁ ଏବଂ ଖାଦ୍ୟ ଖାଇବା ପରେ ସିଧା ଶୋଇଯିବା କାରଣରୁ ଏହି ସମସ୍ୟା ଦେଖା ଦେଇଥାଏ। ଆମେ ଆଜି ଆପଣଙ୍କୁ ଜଣାଇବୁ କବ୍ଜ ସମସ୍ୟା କଣ ଏବଂ ଏହା କେଉଁ କାରଣରୁ ହୋଇଥାଏ। ତାହେଲେ ଆସନ୍ତୁ ଜାଣିବା ଏହା ବିଷୟରେ।

ସକାଳୁ ଉଠି ଲେମ୍ବୁ ପାଣିରେ କଳା ଲୁଣ ପକାଇ ପିଅନ୍ତୁ। ଏହାଦ୍ୱାରା ପେଟ ଭଲଭାବେ ସଫା ହୋଇଯିବ। ଏହାସହିତ କବ୍ଜ ସମସ୍ୟା ମଧ୍ୟ ଦୂର ହେବ।

ରାତିରେ ଶୋଇବା ପୂର୍ବରୁ ଏକ ଚାମଚ ମହୁକୁ ଏକ ଗ୍ଲାସ ପାଣି ସହିତ ମିଶାଇ ପିଅନ୍ତୁ। ଏହାକୁ ନିୟମିତ ପିଇବା ଦ୍ୱାରା କବ୍ଜ ସମସ୍ୟା ଦୂର ହୋଇଯିବ।

ଯଦି ଆପଣ ସକାଳୁ ଉଠି ପ୍ରତିଦିନ ଖାଲି ପେଟରେ ୪ ରୁ ୫ଟି କାଜୁ ଖାଆନ୍ତି ତାହେଲେ ମଧ୍ୟ କବ୍ଜ ସମସ୍ୟା ଦୂର ହୋଇଯିବ।

ଏହାବ୍ୟତୀତ ରାତିରେ ଶୋଇବା ପୂର୍ବରୁ ୬-୭ଟି କିସମିସ୍‌ ଖାଇବା ଦ୍ୱାରା କବ୍ଜ ଠିକ ହୋଇଯାଇଥାଏ।

କବ୍ଜ ସମସ୍ୟାରେ ପିଜୁଳି କିମ୍ବା ଅମୃତଭଣ୍ଡା ବହୁତ ଲାଭଦାୟକ ହୋଇଥାଏ। ଏହାକୁ କୌଣସି ବି ସମୟରେ ଖାଇ କବ୍ଜ ସମସ୍ୟାକୁ ଦୂର କରନ୍ତୁ।

ସେହିପରି କବ୍ଜ ସମସ୍ୟା ଠାରୁ ମୁକ୍ତି ପାଇବା ପାଇଁ ନିୟମିତ ରୂପରେ ଯୋଗ ଏବଂ ବ୍ୟାୟାମ କରିବା ବହୁତ ଭଲ ପ୍ରମାଣିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.