ଯଦୁପୁର ନାବାଳିକା ଦୁଷ୍କର୍ମ ହତ୍ୟା ମାମଲା: ଅଭିଯୁକ୍ତର ବୟସକୁ ନେଇ ନୟାଗଡ଼ ପକ୍ସୋ କୋର୍ଟରେ ଶୁଣାଣି, ରାୟ ସଂରକ୍ଷିତ

ନୟାଗଡ଼ : ନୟାଗଡ଼ ଯଦୁପୁର ନାବାଳିକା ଦୁଷ୍କର୍ମ ହତ୍ୟା ମାମଲାରେ ଅଭିଯୁକ୍ତର ବୟସକୁ ନେଇ କୋର୍ଟରେ ଶୁଣାଣି ହୋଇଛି । ଜନ୍ମ ପ୍ରମାଣପତ୍ର ଓ ସ୍କୁଲ ସାର୍ଟିଫିକେଟକୁ ନେଇ ପକ୍ସୋ କୋର୍ଟରେ ଶୁଣାଣି କରାଯାଇଛି । କୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ।
ସେପଟେ ନୟାଗଡ଼ ପକ୍ସୋ କୋର୍ଟରେ ନାର୍କୋ ଆନାଲିସିସି ଟେଷ୍ଟ ନେଇ SITର ଆବେଦନ ଉପରେ ଶୁଣାଣି କରାଯିବ । ତେବେ ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଅଭିଯୁକ୍ତ ସରୋଜ ସେଠୀ ମନା କରୁଥିବା ସୂଚନା ମିଳିଛି । ଅଭିଯୁକ୍ତର ବିନା ସହମତିରେ ହୋଇପାରିବ ନାହିଁ ନାର୍କୋ ଆନାଲିସିସ ଟେଷ୍ଟ । ପୂର୍ବରୁ ଅଭିଯୁକ୍ତର ପଲିଗ୍ରାଫ୍ ଟେଷ୍ଟ ପାଇଁ ରାଜି ହୋଇଥିଲା । ଅଭିଯୁକ୍ତର ସହମତିରେ ପଲିଗ୍ରାଫ୍ ଟେଷ୍ଟ କରାଯାଇଥିଲା । ଏବେ ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଅଭିଯୁକ୍ତ ରାଜି ହେଉନଥିବାରୁ ଅଡୁଆ ବଢିଛି ।