ବାଣୀବିହାର ଓଭରବ୍ରିଜରେ ଓଲଟିଲା ରଙ୍ଗ ବୋଝେଇ ମିନି ଟ୍ରକ
କଟକରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବାମିନିଟ୍ରକ ଭାରସାମ୍ୟ ହରାଇ ବାଣୀବିହାର ଫ୍ଲାଇ ଓଭର ଉପରେ ଓଲଟି ପଡିଥିଲା। ସ୍ଥନୀୟ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
ଭୁବନେଶ୍ବର(କେନ୍ୟୁଜ୍): ପୁଣି ବାଣୀବିହାରରେ ଦୁର୍ଘଟଣା। ଓଭରବ୍ରିଜରେ ଓଲଟିଲା ରଙ୍ଗ ବୋଝେଇ ମିନି ଟ୍ରକ। ମିଳିଥିବା ସୂଚନା ଅନୁସାରେ କଟକରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା (ଓଡ଼ି-୦୨-ବି ୟୁ-୬୩୧୯)ନମ୍ବର ମିନିଟ୍ରକ ଭାରସାମ୍ୟ ହରାଇ ବାଣୀବିହାର ଫ୍ଲାଇ ଓଭର ଉପରେ ଓଲଟି ପଡିଥିଲା। ସ୍ଥନୀୟ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ତେବେ ମିନିଟ୍ରକ ଓଲଟି ପଡିବା ପରେ ରାସ୍ତା ଉପରେ ରଙ୍ଗ ବାଲଟି ଛିଟକି ପଡିବା ସହ ଛୋଟ ଛୋଟ ରଙ୍ଗଡବାରୁ ରଙ୍ଗ ବାହାରି ରୋଡ଼ ଉପରେ ବିଚ୍ଛୁରିତ ହୋଇ ପଡ଼ିଥିଲା।