ସେନ୍ସର ବୋର୍ଡ ଦୁର୍ନୀତି ଅଭିଯୋଗର ତଦନ୍ତ କରିବ ସିବିଆଇ, ୪ ଜଣଙ୍କ ବିରୋଧରେ ମାମଲା ରୁଜୁ
ସେନ୍ସର ବୋର୍ଡ ଦୁର୍ନୀତି ଅଭିଯୋଗର ତଦନ୍ତ କରିବ ସିବିଆଇ। ମାମଲା ସିବିଆଇକୁ ହସ୍ତାନ୍ତର ହେବା ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ ସହ ୪ ଜଣ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ସେନ୍ସର ବୋର୍ଡ ଦୁର୍ନୀତି ଅଭିଯୋଗର ତଦନ୍ତ କରିବ ସିବିଆଇ। ମାମଲା ସିବିଆଇକୁ ହସ୍ତାନ୍ତର ହେବା ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ ସହ ୪ ଜଣ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏମାନଙ୍କ ମଧ୍ୟରେ ସିବିଏଫସିର ଜଣେ ଅଧିକାରୀ ସାମିଲ ଅଛନ୍ତି। ଫିଲ୍ମ ‘ମାର୍କ ଆନ୍ଥୋନୀ’ର ହିନ୍ଦୀ ସେନ୍ସର ପ୍ରମାଣପତ୍ର ପାଇଁ ତାଙ୍କୁ ୭ ଲକ୍ଷ ଟଙ୍କା ଲାଞ୍ଚ ମଗାଯାଇଥିବା ଅଭିଯୋଗ କରିଥିଲେ ତାମିଲ ଅଭିନେତା ଓ ପ୍ରଯୋଜକ ବିଶାଳ। ସେନ୍ସର ବୋର୍ଡରେ ଦୁର୍ନୀତି ଅଭିଯୋଗ ପରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଥିଲା।