Below header

ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ମଧ୍ୟରେ କିଟର ୨୦ ଗବେଷକ

ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ମଧ୍ୟରେ କିଟର ୨୦ ଗବେଷକ। କିଟ୍ ବିଶ୍ୱବିଦ୍ୟାଳୟ ଆଉ ଏକ ବଡ଼ ସଫଳତା ହାସଲ କରିଛି । ଆମେରିକାର ଷ୍ଟାନଫର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ କିଟର ୨୦ଜଣ ଗବେଷକ ସ୍ଥାନ ପାଇଛନ୍ତି ।

ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ମଧ୍ୟରେ କିଟର ୨୦ ଗବେଷକ। କିଟ୍ ବିଶ୍ୱବିଦ୍ୟାଳୟ ଆଉ ଏକ ବଡ଼ ସଫଳତା ହାସଲ କରିଛି । ଆମେରିକାର ଷ୍ଟାନଫର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ କିଟର ୨୦ଜଣ ଗବେଷକ ସ୍ଥାନ ପାଇଛନ୍ତି । ଏଥିରେ ବିଭିନ୍ନ ବିଷୟରେ ଗବେଷଣା କରୁଥିବା ଏହି ଗବେଷକମାନଙ୍କ ସଫଳତା ବିଷୟରେ ଉଲ୍ଳେଖ କରାଯାଇଛି ।

ଏହି ସମ୍ମାନଜନକ ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ ପୂର୍ବବର୍ଷ ସ୍ଥାନ ପାଇଥିବା କିଟ୍ ସ୍କୁଲ୍ ଅଫ୍ ମେଡିସିଡର ପଦ୍ମଶ୍ରୀ ଡା. ସୁବ୍ରତ ଆଚାର୍ଯ୍ୟ, ଡା. ଯୋଗେଶ ଚାୱାଲା, ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲଜିଷ୍ଟ୍ ଡା. ଅନୀଲ. ସି. ଆନନ୍ଦ ମଧ୍ୟ ଚଳିତ ବର୍ଷ ଏହି ତାଲିକାରେ ନିଜର ସ୍ଥାନ ବଜାୟ ରଖିଛନ୍ତି । ଏହାସହିତ ଏହି ସମ୍ମାନଜନକ ତାଲିକାରେ କିଟ୍ ବିଶ୍ବବିଦ୍ୟାଳୟରେ ଅନ୍ୟ ୨୦ ଜଣ ଗବେଷକ ସ୍ଥାନ ପାଇଛନ୍ତି ।

କିଟ୍ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଏହି ସଫଳତାରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଖୁସି ବ୍ୟକ୍ତ କରିବା ସହ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଡ. ସାମନ୍ତ କହିଛନ୍ତି କିଟ୍ ପ୍ରତିଷ୍ଠା ହେବା ଦିନଠାରୁ ଗୁଣାତ୍ମକ ଶିକ୍ଷାଦାନ ସହ ଗବେଷଣାକୁ ଗୁରୁତ୍ୱ ପ୍ରଦାନ କରିଆସୁଥିବା ବେଳେ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଗବେଷଣା ପାଇଁ ପ୍ରୋତ୍ସାହିତ କରିଆସୁଛି ।

ଫଳରେ ଆଜି କିଟ୍ର ଏତେସଂଖ୍ୟକ ଗବେଷକ ଏହି ତାଲିକାରେ ସ୍ଥାନ ପାଇପାରିଛନ୍ତି । ସୂଚନାଯୋଗ୍ୟ ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ଗବେଷଣାରତ ବିଶ୍ୱର ୮୦ଲକ୍ଷରୁ ଊର୍ଦ୍ଧ୍ୱ ବୈଜ୍ଞାନିକଙ୍କ ମଧ୍ୟରୁ ମାତ୍ର ୧ଲକ୍ଷ ୮୫ହଜାରରୁ ଊର୍ଦ୍ଧ୍ୱ ଗବେଷକ ଏହି ତାଲିକାରେ ସ୍ଥାନ ପାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.