ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଭାବି ସମୁଦି ଅଭୟ ପାଠକ କରୋନା ପଜଟିଭ୍

କେନ୍ୟୁଜ୍(ବ୍ୟୁରୋ):  ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଭାବି ସମୁଦି ତଥା ପୂର୍ବତନ ଆଇଏଫ୍‌ଏସ୍ ଅଧିକାରୀ ଅଭୟ ପାଠକ  କରୋନା ପଜଟିଭ୍ ଚିହ୍ନଟ।  ଉଭୟଙ୍କୁ ଝାରପଡ଼ା ଜେଲରେ ଆଇସୋଲେସନରେ ରଖାଯାଇଛି ।  ବର୍ତ୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । ଗତ କିଛି ଦିନ ତଳେ ସେମାନଙ୍କୁ ସାମାନ୍ୟ ଜର ଓ ଥଣ୍ଡା ହୋଇଥିଲା । ଏଥିପାଇଁ ସେମାନଙ୍କୁ ଆଇସୋଲେସନ୍‌ରେ ରଖାଯାଇ ଚିକିତ୍ସିତ କରାଯାଉଥିଲା।

ଆଜି ତାଙ୍କର ସ୍ବାବ ରିପୋର୍ଟ ପଜିଟିଭ ଆସିଥିବା ଜେଲ  କର୍ତ୍ତୃପକ୍ଷ କହିଛନ୍ତି।  ୨ ଦିନ ତଳେ ଝାରପଡ଼ା ଜେଲରେ ଥିବା ଅନ୍ତେବାସୀଙ୍କ କୋଭିଡ ଟେଷ୍ଟ କରାଯାଇଥିଲା ସେଥିରୁ ୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେବେ ଆଗକୁ ଯଦି ପ୍ରଦୀପ ଓ ଅଭୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟେ ତେବେ ସେମାନଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯିବ ବୋଲି ଜେଲ କର୍ତ୍ତୃପକ୍ଷଙ୍କ ତରଫରୁ  କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.