Below header

ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ବାରିପଦାରେ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ

ବାରିପଦାର ସଂସ୍କୃତି ଭବନ ପରିସରରେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଆୟୋଜିତ ହୋଇଥିଲା ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ

ବାରିପଦା (କେନ୍ୟୁଜ୍‌) : ବାରିପଦାର ସଂସ୍କୃତି ଭବନ ପରିସରରେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଆୟୋଜିତ ହୋଇଥିଲା ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ । ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ସହଯୋଗରେ ଏହି କାର୍ଯ୍ୟକ୍ରମ କରଯାଇଥିଲା । ଏଥିରେ ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ୱାଜ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ମୟୂରଭଞ୍ଜ ମାଟି କଳା ଓ ସଂସ୍କୃତିର ମାଟି। ଏ ଜିଲ୍ଲାରେ ଥିବା ପ୍ରତିଭା ର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ବାସ୍ତବିକ ସ୍ୱାଗତଯୋଗ୍ୟ। ଏହାଦ୍ବାରା ନୂଆ ନୂଆ ପ୍ରତିଭାବାନ କଳାକାର ମାନେ ନିଜର ପରିଚୟ ସୃଷ୍ଟି କରି ପାରିବା ସହିତ ଏ ପ୍ରକାର କାର୍ଯ୍ୟକ୍ରମ ସେମାନଙ୍କ ପାଇଁ ଏକ ଉତ୍କୃଷ୍ଟ ପ୍ଲାଟଫର୍ମ।

art

ଓଡ଼ିଶା ଚାରୁକଳାର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ଲଳିତା କଳା ଏକାଡେମୀର ଏହି ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଏକ ଅଭିନବ ପ୍ରୟାସ। ଏହି ଚିତ୍ରକଳା ପ୍ରଦର୍ଶନୀରେ ଓଡିଶା ଚାରୁକଳାର ସର୍ବମୋଟ ୪୦ଟି ଜଳ ରଜ୍ଜିତ ଚତ୍ରକଳା ଏବଂ ଆକ୍ରିଲିକ୍ କାନଭାସ୍ ପେଣ୍ଟିଂ ପ୍ରଦର୍ଶିତ ହୋଇଥିଲା। ଜିଲ୍ଲା ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀର ଆବାହକ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ପ୍ରସାଦ ସେଠୀ, ଲଳିତ କଳା ଏକାଡେମୀ ତରଫରୁ ସୁବ୍ରତ ମହାନ୍ତି ଏବଂ ଛତ୍ରପତି ବିଶ୍ୱାଳ ଏହି ତ୍ରି-ଦିବସୀୟ ଚିତ୍ରକଳା ପ୍ରଦର୍ଶନୀର ଉପାଦେୟତା ବିଷୟରେ କଳାପ୍ରେମୀମାନଙ୍କୁ ବୁଝାଇ ଥିଲେ। ଏହି ତ୍ରି-ଦିବସୀୟ ଚିତ୍ରକଳା ପ୍ରଦର୍ଶନୀ ଜିଲ୍ଲା ସଂସ୍କୃତି ଭବନ ପ୍ରାଙ୍ଗଣରେ ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ଚାଲୁ ରହିଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.