Below header

ଧାନ ଖଳାରେ ନିଆଁ ଲାଗି ୭୦ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଧାନ ପୋଡି ପାଉଁଶ, କାରଣ ଅସ୍ପଷ୍ଟ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ କଳାକୁପା ଗ୍ରାମର ତ୍ରିଲୋଚନ ଗୌଡ଼ଙ୍କ ଧାନ ଖଳାରେ ନିଆଁ ଲାଗି ୭୦ କୁଇଣ୍ଟାଲ ରୁ ଉର୍ଦ୍ଧ୍ବ ଧାନ ପୋଡି ପାଉଁଶ ହୋଇଯାଇଛି। ନିଆଁ ଲାଗିବା କାରଣ ଅସ୍ପଷ୍ଟ ରହିଛି ।

fireସୂଚନା ମୁତାବକ ତ୍ରିଲୋଚନ ଓ ତାଙ୍କ ପୁଅ ନିକଟ ଅନ୍ୟ ଏକ ଖଳାରେ ବିରି ସଂଗ୍ରହ କରୁଥିବା ସମୟରେ ନିଜ ଖଳାରେ ଗଦା ଥିବା ଧାନରେ ନିଆଁ ଲାଗି ଯାଇଥିଲା । ଫଳରେ ବାପ ପୁଅ ଖବର ପାଇ ଦୌଡ଼ି ଆସି ନିଆଁ ଲିଭାଇବା ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ।

ପରେ ଗାଁ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବାପରେ କଲ୍ୟାଣସିଂପୁର ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ୍ତ କଲାବେଳକୁ ବର୍ଷ କର ଝାଳ ବୁହା ଧନ ପୋଡି ପାଉଁଶ ହୋଇ ସାରିଥିଲା । ଏହି ଗରିବ ଚାଷୀଙ୍କୁ ସରକାରଙ୍କ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.