Below header

ପ୍ରସବ ସମୟରେ ଚାଲିଗଲା ଗର୍ଭବତୀ ମା ଓ ଛୁଆଙ୍କ ଜୀବନ, ଡାକ୍ତରଙ୍କ ଅବହେଳା କାରଣରୁ ଏପରି ହୋଇଥିବା ଅଭିଯୋଗ କଲେ ପରିବାର ଲୋକେ

ବରଗଡ: ବରଗଡ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଗର୍ଭବତୀ ମହିଳାଙ୍କ ପ୍ରସବ ସମୟରେ ଡାକ୍ତରଖାନା କର୍ତୃପକ୍ଷଙ୍କ ଅବହେଳା କାରଣରୁ ଉଭୟ ମା ଓ ଛୁଆଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା ସୂଚନା ଅନୁଯାୟୀ ବରଗଡ ମନାବନ୍ଦ ପଡା ୩ ନମ୍ବର ୱାର୍ଡ ର ମାନସ ମଲ୍ଲିକଙ୍କ ସ୍ତ୍ରୀ ରେଖା ମଲ୍ଲିକଙ୍କୁ ପ୍ରସବ ପାଇଁ ଖେଦାପାଳି ସ୍ଥିତ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କୁ ତିନି ମହଲା ପର୍ଯ୍ୟନ୍ତ ଚଳାଇ ଚଳାଇ ନିଆଯାଇଥିଲା ।

ସେ ପୂର୍ବରୁ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର ନିଜେ କହିଥିବାବେଳେ ଅପରେସନ କରିବା ସମୟରେ ଉଭୟ ମା ଏବଂ ଛୁଆଙ୍କର ଅପରେସନ ଟେବୁଲରେ  ମୃତ୍ୟୁ ହୋଇଯାଇଥିଲା । ପରିବାର ଲୋକେ ଭୁଲ୍ ଇଂଜେକସନ ଦିଆଯିବା କାରଣରୁ ଡାକ୍ତରଙ୍କୁ ଦାୟୀ କରିଛନ୍ତି ତେବେ ଚିକିତ୍ସାରେ ଅବହେଳାକୁ ନେଇ ଥାନାରେ ଡାକ୍ତରଙ୍କ ବିରୋଧରେ ଏତଲା କରାଯାଇଛି । ତେବେ ମା ଏବଂ ପିଲାର ମୃତ୍ୟୁ ବହୁତ ଦୁଃଖର କଥା। ତେଣୁ ଏହାର ତଦନ୍ତ କରି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରଗଡ ସିଡିଏମଓ  ଅରୁଣ କୁମାର ପାତ୍ର କହିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.