କ’ଣ ଆପଣଙ୍କ ଖାତାକୁ ଠିକ ଭାବରେ ଆସୁଛି ତ LPG ସବ୍‌ସିଡ୍‌ ଟଙ୍କା, ଘରେ ବସି ଏମିତି କରନ୍ତୁ ଚେକ୍

ସରକାର ବର୍ଷକୁ ପ୍ରତ୍ୟେକ ଘର ପିଛା ୧୪.୨ କିଲୋଗ୍ରାମର ୧୨ଟି ସିଲିଣ୍ଡର ଦିଅନ୍ତି। ଯଦି ଏହା ପରେ ଗ୍ରାହକ ଅଧିକ ସିଲିଣ୍ଡର କିଣୁଛନ୍ତି,ତାହେଲେ ଗ୍ରାହକଙ୍କୁ ବଜାର ମୂଲ୍ୟ ଦେବାକୁ ହେବ। ଯଦିଓ ଅଧିକାଂଶ ଲୋକଙ୍କୁ ଏହା ବିଷୟରେ ଜଣାନଥାଏ ଯେ ଖାତାରେ ସବ୍‌ସିଡି ଟଙ୍କା ଆସିଛି ନା ନାହିଁ। ଆଉ ଯଦି ଆସିଛି କେତେ ଟଙ୍କା ଆସିଛି। ଏହିସବୁ ବିଷୟରେ ଆପଣ ଘରେ ବସି ବି ଜାଣିପାରିବେ। ତାହେଲେ ଆସନ୍ତୁ ଜାଣିବା କେମିତି।

  1. ସର୍ବପ୍ରଥମେ Mylpg.inକୁ ଯାଆନ୍ତୁ। ଆପଣଙ୍କୁ ତିନୋଟି ପେଟ୍ରୋଲିୟମ କମ୍ପାନୀ (ଏଚପି, ଭାରତ ଏବଂ ଇଣ୍ଡେନ)ର ଟ୍ୟାପ୍ ଦେଖାଯିବ। ଏଥିରୁ ଆପଣ ଆପଣଙ୍କ ସିଲିଣ୍ଡର କମ୍ପାନୀ ଉପରେ କ୍ଲିକ କରନ୍ତୁ।
  2. ଟ୍ୟାବ୍ ଚୟନ କରିବା ପରେ ଆପଣଙ୍କ ସାମ୍ନାରେ ଏକ ନୂଆ ପେଜ୍ ଖୋଲିବ। ମେନ୍ୟୁକୁ ଯାଆନ୍ତୁ ଏବଂ ୧୭ ଅଙ୍କର ନିଜ ଏଲପିଜି ଆଇଡି ଭରନ୍ତୁ। ଯଦି ଆପଣଙ୍କର ଏଲପିଜି ଆଇଡି ନାହିଁ ତାହେଲେ ‘Click here to know your LPG ID’ କୁ ଯାଇ ସେଠାରେ ପତ୍ତା ଲଗାଇ ପାରିବେ।
  3. ଏବେ ନିଜ ରେଜିଷ୍ଟର୍ଡ ମୋବାଇଲ ନମ୍ବର, LPG ଉପଭୋକ୍ତା ଆଇଡି, ରାଜ୍ୟର ନାମ ଏବଂ ଡିଷ୍ଟ୍ରିବ୍ୟୁଟରଙ୍କ ବିବରଣୀ ଭରନ୍ତୁ। ଏବେ କାପ୍‌ଚ କୋଡ୍ ଭରିବା ପରେ ପ୍ରୋସେସ୍ ବଟନ ଉପରେ କ୍ଲିକ କରନ୍ତୁ।
  4. ପ୍ରୋସେସ୍ କରିବା ପରେ ଆପଣଙ୍କ ସାମ୍ନାରେ ଏକ ନୂଆ ପେଜ୍ ଖୋଲିବ। ଯେଉଁଥିରେ ଆପଣଙ୍କୁ LPG ID ଦେଖାଯିବ।
  5. ଆପଣଙ୍କ ଖାତାର ବିବରଣୀ ଏକ ପପ-ଅପରେ ଦେଖାଯିବ। ଏଠାରେ ଆପଣଙ୍କ ବ୍ୟାଙ୍କ ଖାତା ଏବଂ ଆଧାର କାର୍ଡ  ଏଲପିଜି ଖାତାରେ  ଲିଙ୍କ୍ ହୋଇଛି କି ନାହିଁ ଜଣାପଡ଼ିବ ।  ଏଥିରୁ ଆପଣଙ୍କୁ ଏହାମଧ୍ୟ ଜଣାପଡିବ ଯେ ଆପଣ ସବ୍‌ସିଡ୍‌ ବିକଳ୍ପ ଛାଡି ଦେଇଛନ୍ତି ନା ନାହିଁ।
  6. ପେଜର ବାମ ପଟେ ‘ସିଲିଣ୍ଡର ବୁକିଙ୍ଗ୍ ହିଷ୍ଟ୍ରି କିମ୍ବା ସବସିଡି ଟ୍ରାନ୍ସଫର ଦେଖନ୍ତୁ’ ଉପରେ କ୍ଲିକ କରନ୍ତୁ। ଏହାକୁ କ୍ଲିକ କରିବା ପରେ ଆପଣଙ୍କୁ ସବ୍‌ସିଡ୍‌ ରାଶି ମଧ୍ୟ ଦେଖାଯିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.