Below header

୯୦ ଲକ୍ଷର BMW ରେ ଅଳିଆ ଉଠାଉଛନ୍ତି ଯୁବକ, କାରଣ ଜାଣିଲେ କହିବେ ଠିକ୍‌ କରିଛନ୍ତି; ଦେଖନ୍ତୁ ଭିଡିଓ

ବିଏମ୍‌ଡବ୍ଲ୍ୟୁ ଭଳି ଲଗ୍‌ଜ୍ୟୁରୀ କାର କିଣିବାକୁ କିଏ ବା ନ ଚାହେଁ। ଆଉ ଦାମୀ କାର୍‌କୁ ସମସ୍ତେ ପ୍ରାୟ ଅତି ଯତ୍ନରେ ରଖିଥାନ୍ତି। କାର୍‌ରେ ଟିକେ ଦାଗ ବି ଲାଗିବାକୁ ଦିଅନ୍ତି ନାହିଁ। କିନ୍ତୁ କେବେ ଆପଣ ବିଏମ୍‌ଡବ୍ଲ୍ୟୁରେ ଅଳିଆ ଉଠାଯାଉଥିବା ଦେଖିଛନ୍ତି କି? ବୋଧେ ନା। କିନ୍ତୁ ରାଞ୍ଚିର ଜଣେ ବ୍ୟକ୍ତି ନିଜ ୯୦ ଲକ୍ଷର ଲଗ୍‌ଜ୍ୟୁରୀ ବିଏମ୍‌ଡବ୍ଲ୍ୟୁ କାରକୁ ଡଷ୍ଟବିନ୍‌ ଭାବେ ବ୍ୟବହାର କରି ଅଳିଆ ଉଠାଉଛନ୍ତି।

ପ୍ରକୃତ କଥାଟି ହେଉଛି ଏହି କାର୍‌ର ମାଲିକ ପ୍ରିନ୍ସ ରାଜ ଶ୍ରୀବାସ୍ତବ ପେସାରେ ଜଣେ ବ୍ୟବସାୟୀ। ପ୍ରିନ୍ସ ନିଜ ବାପାଙ୍କୁ ଉପହାର ଦେବା ପାଇଁ ଏକ ବିଏମ୍‌ଡବ୍ଲ୍ୟୁ କାର କିଣିଥିଲେ।

କିନ୍ତୁ କିଣିବା ପରେ ସେ କାରରେ ବିଭିନ୍ନ ସମସ୍ୟା ଥିବା ଜାଣିବାକୁ ପାଇଥିଲେ। ଏନେଇ ସେ କାର କମ୍ପାନୀକୁ ଅଭିଯୋଗ ମଧ୍ୟ କରିଥିଲେ। ବାରମ୍ବାର ସେ କାରକୁ ସର୍ଭିସ ସେଣ୍ଟର ନେଇଥିଲେ ମଧ୍ୟ ସମସ୍ୟାର ସମାଧାନ ହେଲା ନାହିଁ। ଏଣୁ ବିରକ୍ତ ହୋଇ ପ୍ରିନ୍ସ ଏବେ ଏହି କାରକୁ ଅଳିଆ ଉଠା ଗାଡ଼ି ଭାବେ ବ୍ୟବହାର କରିବାକୁ ମନସ୍ଥ କଲେ।

ଏବେ ପ୍ରିନ୍ସ ଏହି କାର୍‌କୁ ସହରର ଅଳିଆ ଉଠାଇବାରେ ବ୍ୟବହାର କରୁଛନ୍ତି। କାରରେ ଅଳିଆ ଉଠା ହେଉଥିବା ବେଳର ଏକ ଭିଡିଓକୁ ପ୍ରିନ୍ସ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ ଲେଖିଛନ୍ତି ‘କାରର ବେକାର ସର୍ଭିସ ଯୋଗୁ ବିରକ୍ତ ହୋଇ ଆବର୍ଜନା ଉଠାଇବାକୁ ନିଷ୍ପତ୍ତି ନେଲି। ବିଏମ୍‌ଡବ୍ଲ୍ୟୁ ରାଞ୍ଚି ଓ ଟାଇଟେନିୟମ୍‌ ମୋଟର୍ସ ତରଫରୁ ମିଳିଥିବା ବେକାର ସର୍ଭିସକୁ ମୋର ଜବାବ’।
ପ୍ରିନ୍ସ କାର କମ୍ପାନୀକୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ୨୮ ନଭେମ୍ବର ଭିତରେ ତାଙ୍କ ସମସ୍ୟାର ସମାଧାନ ନ ହୁଏ ତେବେ ସେ କୋର୍ଟରେ କେସ୍‌ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.