ଖୁବ୍‌ଶୀଘ୍ର ପରଦାକୁ ଆସୁଛି ଉମଙ୍ଗ କୁମାରଙ୍କ ନୂଆ ଫିଲ୍ମ ‘ଜନହିତ ମେ ଜାରି’, ପୋଷ୍ଟର ସେୟାର କଲେ ମେରି କମ୍‌

ଖୁବ୍‌ଶୀଘ୍ର ପରଦାକୁ ଆସୁଛି ଉମଙ୍ଗ କୁମାରଙ୍କ ନୂଆ ଫିଲ୍ମ ‘ଜନହିତ ମେ ଜାରି’। ଏହି ଫିଲ୍ମ ବିଷୟରେ ଘୋଷଣା କରିଛନ୍ତି ବକ୍ସିଂ ଚାମ୍ପିୟନ୍‌ ମେରି କମ୍‌। ମେରି କମ୍‌ ଟ୍ଵିଟରରେ ଫିଲ୍ମର ଘୋଷଣା କରିଛନ୍ତି। ଫିଲ୍ମଟି ମାର୍ଚ୍ଚ ୨୦୨୧ରେ ପରଦାକୁ ଆସିବ। ମେରି କମ୍‌ ଫିଲ୍ମର ପୋଷ୍ଟର ସେୟାର କରି ଫିଲ୍ମକୁ ମନ ଛୁଆଁ ବୋଲି କହିଛନ୍ତି।

ଫିଲ୍ମର ପୋଷ୍ଟରକୁ ଟ୍ଵିଟ୍‌ କରି ମେରି କମ୍‌ ଲେଖିଛନ୍ତି ‘ଜଣେ ମହିଳା ସମସ୍ତଙ୍କ ଉପରେ ଭାରି ପଡ଼ିଛନ୍ତି। ମୁଁ ଏହି ଫିଲ୍ମକୁ ଅପେକ୍ଷା କରିଛି। ଏହାର ବିଷୟବସ୍ତୁ ଖୁବ୍‌ ଭଲ ହୋଇଛି’। ମେରି କମ୍‌ଙ୍କ ଏହି ପୋଷ୍ଟରରେ ଫିଲ୍ମର ନିର୍ଦ୍ଦେଶକ ରାଜ୍‌ ସାଣ୍ଡିଲ୍ୟ କମେଣ୍ଟ କରି ଧନ୍ୟବାଦ ଜଣାଇଛନ୍ତି। ‘ଜନହିତ ମେ ଜାରି’ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ନୁସରତ ଭରୁଚା ନଜର ଆସିବେ।

 

View this post on Instagram

 

A post shared by MC Mary Kom OLY (@mcmary.kom)

ସୂଚନାଯୋଗ୍ୟ ଯେ ବକ୍ସିଂ ଚାମ୍ପିୟନ୍‌ ମେରି କମ୍‌ଙ୍କ ଜୀବନୀକୁ ନେଇ ପୂର୍ବରୁ ମଧ୍ୟ ମେରି କମ୍‌ ଫିଲ୍ମ ତିଆରି ହୋଇଛି। ଏଥିରେ ପ୍ରିୟଙ୍କା ଚୋପ୍ରା ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ମେରି କମ୍‌କୁ ରେନଲ୍ଟ ଷ୍ଟାର ଗିଲ୍ଡ ପୁରସ୍କାର ୨୦୧୫ ମଧ୍ୟ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.