ଭଡାଟିଆଙ୍କ ପାଇଁ କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ନୂଆ ଆଇନ, ଦୂର ହେବ ଭଡ଼ା ଦେବା ଭୟ

ଖୁବ ଶୀଘ୍ର କେନ୍ଦ୍ର ସରକାର ଭଡ଼ାଟିଆଙ୍କ ପାଇଁ ନୂଆ ଆଇନ ଲାଗୁ କରିବାକୁ ଯାଉଛନ୍ତି । କେନ୍ଦ୍ର ସହରୀ ଆବାସ ମନ୍ତ୍ରାଳୟ ସଚିବ ଦୁର୍ଗା ଶଙ୍କର ମିଶ୍ର ଏନେଇ ସୂଚନା ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି ନୂଆ ଆଇନ ଲାଗୁ ହେବା ଦ୍ୱାରା ଦେଶର ରିୟଲ ଇଷ୍ଟେଟ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିପାରିବ । କହିରଖିବା ଉଚିତ ହେବକି, କେନ୍ଦ୍ର ସରକାରଙ୍କ ତରଫରୁ ୨୦୧୯ ମସିହା ଜୁଲାଇ ମାସରେ “ଆଦର୍ଶ ଭଡାଟିଆ ଆଇନ” ଆରମ୍ଭ କରାଯାଇଥିଲା । ନିକଟରେ ଆୟୋଜିତ ହୋଇଥିବା େଓ୍ଵବ୍‌ନରକୁ ସମ୍ବୋଧନ କରିବା ସମୟରେ ସେ ଏହି ସୂଚନା ଦେବା ସହ କହିଛନ୍ତି କି ନୂଆ ଆଇନ ମାଧ୍ୟମରେ ହିଁ ସହରର ବସ୍ତିକୁ ରୋକି ହେବ ।

ଦେଶବ୍ୟାପୀ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ “ଅନଲକ ” ପ୍ରକ୍ରିୟା ଜାରି ହେବା ପରେ ଦେଶର ଅଧିକାଂଶ ସ୍ଥାନରେ ଘର ବିକ୍ରି ପ୍ରକ୍ରିୟାରେ କିଛିଟା ସୁଧାର ଆସିଛି । ମହାରାଷ୍ଟ୍ର ଓ କର୍ଣ୍ଣାଟକ ପରି ରାଜ୍ୟ ମାନଙ୍କରେ ସମ୍ପତ୍ତି ପଞ୍ଜିକରଣ ନେଇ ଷ୍ଟାମ୍ପ ଶୁଳ୍କକୁ କମ କରାଯାଇଛି । ଯାହା ଫଳରେ ଏହି ସବୁ ସହରଗୁଡିକରେ ଘର ବିକ୍ରି ଆଗ ଅପେକ୍ଷା ବଢ଼ିଥିବା ଲକ୍ଷ କରାଯାଇଛି । ଏହି କାରଣରୁ କେନ୍ଦ୍ର ସରକାର, ଅନ୍ୟାନ୍ୟ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଂଚଳଗୁଡିକୁ ନିଜ ନିଜର ବିକ୍ରି ଶୁଳ୍କକୁ କମ୍‌ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଶ୍ରୀ ମିଶ୍ରଙ୍କ ଅନୁଯାୟୀ, ବର୍ତ୍ତମାନ ସମୟରେ ଆଦର୍ଶ ଭଡ଼ାଟିଆ ଆଇନର ପ୍ରସ୍ତୁତି ଚାଲିଥିବା ବେଳେ ଏହାକୁ ଅନ୍ୟାନ୍ୟ ଭାଷାରେ ଅନୁବାଦ କରାଯିବା ନେଇ ସ୍ଥିର ହୋଇଛି । ଆଉ ବିଭିନ୍ନ ରାଜ୍ୟଗୁଡିକୁ ଏହା ଉପରେ ମତ ରଖିବାକୁ ସୂଚନା ଦିଆଯାଇଛି ।

ସେ ଏହା ମଧ୍ୟ କହିଛନ୍ତି କି, ୨୦୧୧  ଜନଗଣନା ଅନୁଯାୟୀ, ଦେଶର ବିଭିନ୍ନ ଭାଗରେ ପ୍ରାୟ ୧.୧ କୋଟି ଘର ଖାଲି ପଡ଼ିଛି । ଅଧିକାଂଶ ଘର ମାଲିକ ନିଜ ଘର ଭଡ଼ାରେ ଦେବାକୁ ଡରୁଛନ୍ତି । କିନ୍ତୁ ଆଦର୍ଶ ଭଡ଼ା ଆଇନ ଲାଗୁ ହେବା ପରେ ଭଡାଟିଆ ତଥା ଘର ମାଲିକଙ୍କ ମନରୁ ଭଡ଼ାକୁ ନେଇ ଦ୍ବନ୍ଦ୍ବ ଦୂର ହେବା ନେଇ ଆଶା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.