Below header

ଭୁବନେଶ୍ୱର : କୁଳାଙ୍ଗାର ପୁଅ, ମଦ ନିଶାରେ ମା ଓ ଭଉଣୀଙ୍କୁ କଟୁରୀରେ ହାଣିଲା ଯୁବକ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର ଏୟାରଫିଲଡ୍‌ ଥାନା ଅଧୀନସ୍ଥ ସୁନ୍ଦରପଦା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାହା ଆମ ସମସ୍ତଙ୍କୁ ମର୍ମାହତ କରିଦେବ । ମାତ୍ର କେଇଟା ଟଙ୍କା ପାଇଁ ମା’ ଏବଂ ଭଉଣୀଙ୍କୁ ହାଣି ଗୁରୁତର ଆହତ କରିଛି ପୁଅ। ଘଟଣାଟି ଘଟିଛି ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ଗ୍ରାମରେ ।
ଆଜି ସକାଳେ ପୁଅ ଶଙ୍କର ନାୟକ ମା’ ରୁକୁଣି ନାୟକ ଙ୍କୁ ଆସି ମଦ ପିଇବା ପାଇଁ ଟଙ୍କା ମାଗିଲା। ୧୦୦ ଟଙ୍କାର ମଦ ଆଉ ଅଣ୍ଡା ଭଉଣୀ ଆଣି ଦେଲା ପରେ ଖାଇ ପିଇ ସାରି ନିଶାରେ ଚୁର୍‌ ହେଲା । ଏହାପରେ ହିତାହିତ ଜ୍ଞାନ ଭୁଲି ମା ଏବଂ ଭଉଣୀକୁ କଟୁରୀ ଧରି ଗୋଡ଼ାଇଲା । ଶଙ୍କରର ମରଣାନ୍ତକ ଆକ୍ରମଣରେ ସେମାନେ ଗୁରୁତର ଆହତ ହୋଇଛନ୍ତି ।
ଆହତ ମା, ଝିଅଙ୍କୁ ପାଖ ପଡ଼ିଶା ଲୋକ ପିସିଆର ଡାକି କ୍ୟାପିଟାଲ ହସପିଟାଲକୁ ପଠାଇବା ସହ ଶଙ୍କରକୁ ପୋଲିସ୍‌ ହାତରେ ଧରାଇ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.