ଆନାଥାଶ୍ରମ ପିଲାଙ୍କ ହାତରେ କାଟିଲେ ଫିତା, ଏଭଳି କାର୍ଯ୍ୟକୁ ସମସ୍ତଙ୍କ ପ୍ରଶଂସା

ଭୁବନେଶ୍ୱର : ଏକ ନିଆରା ପ୍ରୟାସ । ଅନାଥାଶ୍ରମ ପିଲାଙ୍କ ହାତରେ ହେଲା ଔଷଧ ଦୋକାନ ଉଦଘାଟନ । ଭୁବନେଶ୍ୱର ସ୍ଥିତ ପଣ୍ଡା ମେଡିକାଲ ଷ୍ଟୋର୍‌ର ନୂତନ ସୋ ରୁମ୍‌କୁ ଏଭଳି ଭାବେ ଶୁଭାରମ୍ଭ କରିଛନ୍ତି ଏହାର ମାଲିକ ପ୍ରଶାନ୍ତ କୁମାର ପଣ୍ଡା । ଆଜି ଇନ୍ଦ୍ରଧନୁ ମାର୍କେଟ୍‌ ନିକଟସ୍ଥ ତାଙ୍କର ଦୋକନକୁ ଅପରାହ୍ନରେ ଏହି ପିଲାମାନେ ଫିତା କାଟି ଉଦଘାଟନ କରିଥିଲେ । ଏ ନେଇ ପ୍ରଶାନ୍ତ କହିଛନ୍ତି ଯେ ମୁଁ ସବୁ ବେଳେ ସମାଜର ଏଭଳି ଅବହେଳିତ ପିଲାମାନଙ୍କ ପାଇଁ କାମ କରି ଆସୁଛି । ଆଜି ସେଇମାନଙ୍କ ହାତରେ ମୋର ଦୋକନ ଉଦଘାଟନ କରିବାକୁ ସ୍ଥିର କରିଥିଲି । ଏପଟେ ଏଭଳି ଏକ ସୁଯୋଗ ପାଇଁ ପିଲାମାନେ ଖୁବ୍‌ ଖୁସିଥିଲେ । ପ୍ରଶାନ୍ତଙ୍କ ଏପରି କାମକୁ ସମସ୍ତେ ପ୍ରଶଂସା କରିଛନ୍ତି ।

10

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.