Below header

ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସ୍ବାକ୍ଷର ହେଲା ଏମଓୟୁ

ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସ୍ବାକ୍ଷର ହେଲା ଏମୟୁ । BMRC ଓ DMRC ଭିତରେ ଏମୟୁ ସ୍ବାକ୍ଷର ହୋଇଛି ।

ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସ୍ବାକ୍ଷର ହେଲା ଏମଓୟୁ । BMRC ଓ DMRC ଭିତରେ ଏମଓୟୁ ସ୍ବାକ୍ଷର ହୋଇଛି । BMRC- ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ । DMRC – ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ । ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ଫେଜ୍-୧ ପାଇଁ ମଞ୍ଜୁର ।

ଏଥିରେ ଖର୍ଚ୍ଚ ହେବ ୬ ହଜାର ୨୫୫ କୋଟି ଟଙ୍କା । ୪ ବର୍ଷ ଭିତରେ ସରିବ କାମ। ଏମଓୟୁ ସ୍ବାକ୍ଷର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିଥିଲେ । ଏହା ରାଜଧାନୀ ଅଞ୍ଚଳର ଗମନାଗମନ ଭିତ୍ତିଭୂମିରେ ବଡ ପରିବର୍ତ୍ତନ ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନୂଆ ଓଡ଼ିଶା ଗଠନରେ ଏହା ଏକ ପ୍ରତୀକ । କାର୍ଯ୍ୟକ୍ରମକୁ 5T ଅଧ୍ୟକ୍ଷ ସମ୍ପାଦନ କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.