Below header

ଝାରପଡ଼ାରେ ପୋଲିସ୍ ଛାଉଣି, କୋର୍ଟରେ ନାଗ-ଚାନ୍ଦଙ୍କୁ ଏକାଠି ଜେରା

ଭୁବନେଶ୍ୱର(କେନ୍ୟୁଜ୍): ଝାରପଡ଼ାରେ ପୋଲିସ୍ ଛାଉଣି । କୋର୍ଟରେ ଜଗବନ୍ଧୁ ଚାନ୍ଦକୁ ହାଜର କରିବ ପୋଲିସ । ଏଥିପାଇଁ ଝାରପଡ଼ା ଜେଲ ଆଗରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଆଜି କୋର୍ଟରେ ହାଜର ହେବେ ନାଗ-ଚାନ୍ଦ ଦମ୍ପତି। ୭ ଦିନିଆ ରିମାଣ୍ଡ ଶେଷ ପରେ ଆଜି କୋର୍ଟରେ ହାଜର କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରଥମ ପର୍ଯ୍ୟାୟ ଜେରାରେ ଇଡିକୁ ସନ୍ତୋଷ ଜନକ ଉତ୍ତର ମିଳିପାରିନଥିବାରୁ ପୁଣି ଥରେ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ବୋଲି ସୂଚନା ମିଳିଛି । ଆଉ ୭ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ।

ଅନ୍ୟପଟେ ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ତାଙ୍କୁ ୧୫ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ଇଡି । ଝାରପଡ଼ା ଜେଲ୍‌ରୁ କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ଅଣାଯିବ। ଏଥିପାଇଁ ଜେଲ୍‌ ସମ୍ମୁଖରେ ପୋଲିସ ଛାଉଣୀ କରାଯାଇଛି। ରିମାଣ୍ଡରେ ଆଣି ନାଗ-ଚାନ୍ଦ ଦମ୍ପତିଙ୍କୁ ମୁହାଁମୁହିଁ ଜେରା କରିବାକୁ ଯୋଜନା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

୭ ଦିନିଆ ରିମାଣ୍ଡ ବେଳେ ଇଡି ଆଗରେ ଅର୍ଚ୍ଚନା ପୁରା ଚୁପ୍‌ ରହିଥିଲେ। କୌଣସି ପ୍ରଶ୍ନର ଉତ୍ତର ଦେଇନାହାଁନ୍ତି କି ସହଯୋଗ କରିନାହାଁନ୍ତି। ତେଣୁ ଅର୍ଚ୍ଚନାଙ୍କୁ ପୁଣି ଥରେ ରିମାଣ୍ଡରେ ଆଣି କଳା ସାମ୍ରାଜ୍ୟର ରହସ୍ୟ ଖୋଲିବାକୁ ଚେଷ୍ଟା କରିବ ଇଡି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.