Below header

ମନୋଜ ମିଶ୍ରଙ୍କ ସମର୍ଥନରେ ବାହାରିଲେ ଵଲାଙ୍ଗିର ବିଧାୟକ ନରସିଂହ ମିଶ୍ର

ନରସିଂହ ମିଶ୍ର ମନୋଜଙ୍କ ସମର୍ଥନ ରେ ବାହାରିବା ସହିତ ବାସନ୍ଦ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ନହେଲେ ଆଗାମୀ ଦିନରେ ଓଡିଶା ଦୁଇଭାଗ ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।

ବଲାଙ୍ଗିର(କେନ୍ୟୁଜ୍): ଅଭିନେତାଙ୍କ କଳିରେ ନେତାଙ୍କ ଏଣ୍ଟ୍ରି । ପଶ୍ଚିମ ଓଡିଶାର କଳାକାର ମନୋଜ ମିଶ୍ରଙ୍କ ସମର୍ଥନରେ ବାହାରିଲେ ଵଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଏବେ ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ଓଡ଼ିଆ ଫିଲ୍ମ ଜଗତରୁ ବାସନ୍ଦ କରିବା ଘଟଣାକୁ ନେଇ ବିବାଦ ତେଜିବାରେ ଲାଗିଛି ।

ଵଲାଙ୍ଗିର ଆଗଲପୁର ଭରସୁଜାରେ ଚାଲିଥିବା ଛେଳିଆ ମହୋତ୍ସବରେ ନରସିଂହ ମିଶ୍ର ମନୋଜଙ୍କ ସମର୍ଥନ ରେ ବାହାରିବା ସହିତ ବାସନ୍ଦ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ନହେଲେ ଆଗାମୀ ଦିନରେ ଓଡିଶା ଦୁଇଭାଗ ହେବ ବୋଲି ସେ ଚେତାବନୀ ଦେଇଛନ୍ତି । ସମ୍ବଲପୁରରେ ଅରିନ୍ଦମଙ୍କ ପ୍ରଯୋଜିତ ଓ ଅଭିନୀତ ରାମ ସିନେମା ରିଲିଜ କରାଇ ନଦେବା ପଛରେ ଚକ୍ରାନ୍ତ ନେଇ ମନୋଜଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିଛି ପ୍ରଯୋଜକ ସଂଘ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.