Below header

ଖୁବଶୀଘ୍ର ଆରମ୍ଭ ହେବ ନ୍ୟାସନାଲ ହାଇେଓ୍ଵ ପାଟ୍ରୋଲିଂ : ପୋଲିସ ଡିଜି

ରାଜ୍ୟରେ ଦୁର୍ଘଟଣା ରୋକିବା ପାଇଁ ଖୁବଶୀଘ୍ର ନ୍ୟାସନାଲ ହାଇେଓ୍ଵ ପାଟ୍ରୋଲିଂ ଆରମ୍ଭ କରାଯିବ। ଆମ୍ବୁଲାନ୍ସ ସେବା ତ୍ୱରାନ୍ଵିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଆଜି ଭୁବନେଶ୍ୱରରେ ବରିଷ୍ଠ ନାଗରିକଙ୍କ ପାଇଁ ଫୋରମ ଫର ସ୍ମାର୍ଟ ସିଟିଜେନ େଓ୍ଵବସାଇଟର ଶୁଭାରମ୍ଭ କରିଛନ୍ତି ପୋଲିସ ଡିଜି । ରୋଡ୍ ସେଫ୍ଟି କ୍ୟାଂପେନ୍-୨୦୧୯ କାର‌୍ୟ୍ୟକ୍ରମରେ ଏହାର ଶୁଭାରମ୍ଭ କରାଯାଇଛି।

ରାଜ୍ୟରେ ଦୁର୍ଘଟଣା ରୋକିବା ପାଇଁ ଖୁବଶୀଘ୍ର ନ୍ୟାସନାଲ ହାଇେଓ୍ଵ ପାଟ୍ରୋଲିଂ ଆରମ୍ଭ କରାଯିବ। ଲୋକେ ତୁରନ୍ତ ଆମ୍ବୁଲାନ୍ସ ସେବା ପାଇପାରିବେ ତାକୁ ତ୍ୱାରାନ୍ଵିତ କରିବା ଉପରେ ଗୁରୁତ୍ୱ ଦିଆଯିବ। ଆଜି ଫୋରମ ଫର ସ୍ମାର୍ଟ ସିଟିଜେନ େଓ୍ଵବସାଇଟର ଶୁଭାରମ୍ଭ କରିଛନ୍ତି ପୋଲିସ ଡିଜି । ଗାଡି ଚାଳକ ସଚେତନ ହେବା ସହ ବିଭିନ୍ନ ବିଷୟରେ ଜାଣିପାରିବେ। ରାଜ୍ୟରେ ଟ୍ରାଫିକ ଓ୍ଵାର୍ଡେନର ଆବଶ୍ୟକତା ରହିଛି । ସବୁସ୍ତରର ଲୋକ ଏଥିରେ ଯୋଡି ହେବେ ସେଥିପାଇଁ ପ୍ରଚେଷ୍ଟା କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ।

road

ଫୋରମ ଫର ସ୍ମାର୍ଟ ସିଟିଜେନ୍ ପକ୍ଷରୁ ଭୂବନେଶ୍ୱରର ନାଗରିକମାନଙ୍କ ମଧ୍ୟରେ ଏହି ୱେବସାଇଟ ସଚେତନ କରିପାରିବ ବୋଲି ଆଶା ରଖିଛନ୍ତି ସଂଗଠନର କନଭେନର ତଥା ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଅଭିଯାନ ପରିଚାଳନା ପାଇଁ ବଡଗାଁ ଆଇଟିଆଇର ଭାରତ ସ୍କାଉଟସ ଏଣ୍ଡ୍ ଗାଇଡ୍ସର ୧୦୦ ଜଣ କ୍ୟାଡେଟ ସ୍ୱେଚ୍ଛାକୃତ ଭାବେ ଯୋଗ ଦେଇଛନ୍ତି ।
ରୋଡ୍ ସେଫ୍ଟି କ୍ୟାଂପେନ୍ରେ ପୋଲିସ ଡିଜି,ପୋଲିସ କମିଶନରଙ୍କ ସମେତ ସିଓ୍ଵାଇଏସ୍ଡିର ଅଧ୍ୟକ୍ଷ ଜଗଦାନନ୍ଦଙ୍କ ସମେତ ବହୁ ସ୍କାଉଟସ ଓ ଗାଇଡସର ଛାତ୍ର,ଛାତ୍ରୀ , କର୍ମକର୍ତ୍ତା ଓ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.