ମିଛ କହୁଛି ପାକିସ୍ତାନ, ପୁଣି ଅଭିଯୋଗ କରିଛି ଭାରତ

ପାକିସ୍ତାନ ମିଛ କହୁଥିବା ପୁଣି ଅଭିଯୋଗ କରିଛି ଭାରତ । ବିଦେଶ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି, ଭାରତ ବିରୋଧରେ ପାକିସ୍ତାନ F-16 ବିମାନ ବ୍ୟବହାର କରିଛି । କିନ୍ତୁ ମିଛ କହୁଛି । ଏବେ ବି ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ କୋଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ହାତ ଥିବା ୟୁଏନ୍ କହିଥିଲା । ହେଲେ ପାକିସ୍ତାନ ଏହାକୁ ମନିବାକୁ ନାରାଜ । ଜୈଶକୁ ପାକିସ୍ତାନ କାହିଁକି ବଞ୍ଚାଇବାକୁ ଚେଷ୍ଟା କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଜୈଶର ମୁଖପାତ୍ର ଭାବେ କାମ କରୁଛି ପାକିସ୍ତାନ । ଭାରତ ପାଖରେ ପାକିସ୍ତାନ ବିରୋଧରେ ପ୍ରମାଣ ରହିଥିବା ସେ କହିଛନ୍ତି । ଭାରତ କେବଳ ଗୋଟିଏ ବିମାନ ହରାଇଛି । କିନ୍ତୁ ପାକିସ୍ତାନ କହୁଛି ଭାରତର ଦୁଇଟି ବିମାନ ନଷ୍ଟ କରିଛି । ଯଦି ପାକିସ୍ତାନ ପାଖରେ ଏହାର ଭିଡିଓ ରେକଡିଂ ରହିଛି, ତେବେ ଅନ୍ତରାଷ୍ଟ୍ରୀୟ ମିଡିଆରେ ପ୍ରଦର୍ଶିତ କରୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.