Below header

ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ବଧୂ ହତ୍ୟା ଅଭିଯୋଗ

ବାରିପଦା(କେନ୍ୟୁଜ୍) : ବଧୂ ହତ୍ୟା ଅଭିଯୋଗ। ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର। ଏଭଳି ଅଭିଯୋଗ ଆସିଛି ବାରିପଦା ଟାଉନ୍ ଥାନା ଦେଉଳିସାହିରୁ। ମୃତକଙ୍କ ନାଁ ଚୈତାଲି ବିନ୍ଧାଣୀ। ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଥିବା ଶାଶୁ ଘର ଲୋକ କହୁଛନ୍ତି। ସେପଟେ ମୃତ ଚୈତାଲିଙ୍କ ବାପ ଘର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ବାରିପଦା ଟାଉନ୍ ଥାନା ପୋଲିସ ଘର କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଥିଲା। ଦୁଇ ବର୍ଷ ପୂର୍ବେ ଦେଉଳିସାହିର ମଣିକାଞ୍ଚନ ବିନ୍ଧାଣୀଙ୍କୁ ବିବାହ କରିଥିଲେ ଚୈତାଲି। ବିଭିନ୍ନ ସମୟରେ ଶାଶୁ ଘରେ ଝଗଡ଼ା ହେଉଥିଲା। ଏହାକୁ କେନ୍ଦ୍ର କରି ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.