Below header

ମୁଖ୍ୟମନ୍ତ୍ରୀଙ୍କ ଫୋକସରେ କନ୍ଧମାଳ : ମିଶନ ଶକ୍ତି ଓ ଚାଷୀ ମହାସମାବେଶରେ ଯୋଗ ଦେଲେ ନବୀନ

ଭୁବନେଶ୍ବର (କେନ୍ୟୁଜ୍) : କନ୍ଧମାଳର ବିକାଶ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି । କେ. ନୂଆଗାଁ ବ୍ଲକ୍ ମହାସିଙ୍ଗ୍ରେ କାଳିଆ ସମାବେଶ ଓ ମିଶନ ଶକ୍ତି କାର‌୍ୟ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇଛି ବୋଲି ସେ ଦୋହାରାଇଛନ୍ତି । ମାର୍ଚ୍ଚ ୨୦ ଯାଏଁ ପ୍ରତି ପଞ୍ଚାୟତ ଅଫିସରେ ତୃତୀୟ ପର‌୍ୟ୍ୟାୟ କାଳିଆ ହିତାଧିକାରୀ ତାଲିକା ପ୍ରକାଶ ପାଇବ । ଏପ୍ରିଲ ପହିଲା ସୁଦ୍ଧା ସବୁ ହିତାଧିକାରୀଙ୍କୁ କାଳିଆ ସହାୟତା ରାଶି ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ୍ ମହାସିଙ୍ଗ୍ରେ କାଳିଆ ସମାବେଶ ଓ ମିଶନ ଶକ୍ତି କାର‌୍ୟ୍ୟକ୍ରମରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ମିଶନ ଶକ୍ତି ମା’ମାନଙ୍କୁ ବିନା ସୁଧରେ ଋଣ ମିଳୁଛି । କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇଛି। ଏହି ଯୋଜନାରେ ଚାଷୀଙ୍କୁ ବିନା ସୁଧରେ ଋଣ ମିଳୁଛି । ଯୋଜନାରେ ଲକ୍ଷ ଲକ୍ଷ ଚାଷୀ ସହାୟତା ପାଇଲେଣି । ଏପ୍ରିଲ ପହିଲା ସୁଦ୍ଧା କାଳିଆ ଟଙ୍କା ସମସ୍ତଙ୍କୁ ମିଳିବ । ମାର୍ଚ୍ଚ ୨୦ ତାରିଖ ପଯ୍ୟନ୍ତ ପ୍ରତି ଗ୍ରାମ ପଞ୍ଚାୟତରେ ତୃତୀୟ ପର‌୍ୟ୍ୟାୟ କାଳିଆ ହିତାଧିକାରୀ ତାଲିକା ପ୍ରସ୍ତୁତ ହେବ ।

ରାଜ୍ୟ ସରକାର ଗରିବ ଓ ଚାଷୀଙ୍କ ସାଙ୍ଗରେ ଅଛିନ୍ତି । କନ୍ଧମାଳ ପାଇଁ ସବୁବେଳେ ସ୍ୱତନ୍ତ୍ର ଦୃଷ୍ଟି ଦେଇଛି ବୋଲି ନବୀନ କହିଛନ୍ତି । ରାଜ୍ୟ ସରକାରଙ୍କ ଯୋଜନା ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚିଥିବାରୁ ଚାଷୀ ଓ ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ସମାବେଶରେ ଲକ୍ଷାଧିକ ଲୋକ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.