Below header

ଅନିଶ୍ଚିତତା ଭିତରେ ସ୍କୁଲ ଖୋଲିବା ନିଷ୍ପତ୍ତି, ଗଣଶିକ୍ଷା ବିଭାଗର ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାପସନ୍ଦ

କେନ୍ୟୁଜ୍(ବ୍ୟୁରୋ):  ସ୍କୁଲ ଖୋଲିବା ନେଇ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ନାପସନ୍ଦ।  କୋଭିଡ଼ ସ୍ଥିତି ସମୀକ୍ଷା ବୈଠକରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କୁଲ  ଖୋଲିବା  ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି। ସମସ୍ତ କଥା ବୁ ବିଚାର  କରି ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମଧ୍ୟାହ୍ନରେ ଗଣଶିକ୍ଷା ମନ୍ତ୍ରୀ ସମୀର  ଦାସ ଜାନୁଆରୀରେ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ପ୍ରସ୍ତୁତ  ହେଉଥିବାର ସୂଚନା ଦେଇଥିଲେ।  ଏହା  ସହ ମନ୍ତ୍ରୀ କହିଥିଲେ ଯେ କରୋନା ପାଇଁ ଚଳିତ ଶିକ୍ଷା ବର୍ଷରେ ଗୋଟିଏ ଦିନ ବି ପାଠପଢା ହୋଇନଥିବାରୁ ଶନିବାର ଓ ରବିବାର ବି କ୍ଲାସ ହେବ। କେବଳ ପର୍ବପର୍ବାଣୀରେ ସ୍କୁଲ ବନ୍ଦ ରହିବ। ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ସ୍କୁଲ। ପୂର୍ବରୁ ସିଲାବସ କମାଇ ଦିଆଯାଇଥିବାରୁ ଆଉ ସିଲାବସ କମିବ ନାହିଁ। ଅତି କମରେ ୧୦୦ ଦିନ ପାଠପଢା ହେଲା ପରେ ଏପ୍ରିଲ ଶେଷ ସପ୍ତାହ ବେଳକୁ ପରୀକ୍ଷା ହୋଇପାରେ ବୋଲି ସମୀର ଦାସ କହିଥିଲେ। ଏହା ପୂର୍ବରୁ ଅନେକ ଥର  ମଧ୍ୟ ଏଭଳି ଗଣଶିକ୍ଷା ମନ୍ତ୍ରୀ ସ୍କୁଲ  ଡିସେମ୍ବର ମାସ ପରେ ସ୍କୁଲ  ଖୋଲିବା  ନେଇ ସୂଚନା ଦେଇଥିଲେ। କିନ୍ତୁ  ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବା ପାଇଁ ମନା କରିଥିଲେ। ଏବେ କେଉଁ ମାସରେ ସ୍କୁଲ ଖୋଲିବ ଆଉ ପାଠ ପଢା ସ୍ବଭାବିକ ହେବ ସେନେଇ ଚିନ୍ତାରେ ଅଭିଭାବକ ଓ ଛାତ୍ରଛାତ୍ରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.