Below header

ଜେଲରେ ଥାଇ ବି ନେଟୱାର୍କ ଚଳାଉଛନ୍ତି ଡି-ବ୍ରଦର୍ସ, ଘରର କପ୍‌ବୋର୍ଡରୁ ବାହାରିଲା ବହୁ ପରିମାଣରେ ବନ୍ଧୁକ ଓ ଗୁଳି

କେନ୍ୟୁଜ୍(ବ୍ୟୁରୋ):  ଡି ବ୍ରଦର୍ସଙ୍କ ଘରେ ରେଡ୍‌ । କଟକ ସିଡିଏ ସ୍ଥିତ ବାସଭବନରେ କମିଶନରେଟ୍‌ ପୋଲିସ ପକ୍ଷରୁ ଚାଲିଛି ଚଢ଼ାଉ । ଘରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରାଯାଇଛି । କପ୍‌ବୋର୍ଡ ଓ କାନ୍ଥରେ ଲୁଚାଇ ରଖିଥିବା ବହୁ ପରିମାଣରେ ବନ୍ଧୁକ ଓ ଗୁଳି ଜବତ । ସଂଧ୍ୟା ପରଠୁ ଚାଲିଛି ରେଡ୍‌ ।

୨୦୧୬ ଜାନୁଆରି ୨୯ ତାରିଖରେ ଗିରଫ ହୋଇଥିଲେ ଧଳସାମନ୍ତ ବ୍ରଦର୍ସ । ସୁଶାନ୍ତ ଧଳସାମନ୍ତ, ସୁଶୀଲ ଧଳସାମନ୍ତ ଏବେ ଜେଲ୍‌ରେ ଅଛନ୍ତି । ଗିରଫ ବେଳେ ୨ କୋଟି ୬୫ ଲକ୍ଷ ଟଙ୍କା, କାର୍ବାଇନ, ଡବଲ ବ୍ୟାରେଲ୍‌, ମାଉଜର ଓ ୧୨୭ ରାଉଣ୍ଡ ଗୁଳି ଜବତ ହୋଇଥିଲା । ଘଟଣାରେ ସଂପୃକ୍ତ ୧୫ରୁ ଅଧିକ ଅପରାଧୀଙ୍କୁ ଗିରଫ କରିଥିଲା କମିଶନରେଟ୍‌ ପୋଲିସ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.