ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ କଲେ ୭ଟି ଯୋଜନାର ଭିତ୍ତି ପ୍ରସ୍ତର ସ୍ଥାପନା

ପୁରୀ: ଝଲସିବ ଶ୍ରୀକ୍ଷେତ୍ର । ବଦଳିବ ପୁରୀର ଚେହେରା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଯାଇ ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ୫୨୨କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇ ପୁରୀକୁ ଆହୁରି ସୁନ୍ଦର କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ପୁରୀରେ ପହଞ୍ଚି ପ୍ରଥମେ ମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ପରେ ମୁନିସିପାଲ ମାର୍କେଟ୍‌ ସ୍ଥାନରେ ୭ଟି ଯୋଜନାର ଭିତ୍ତି ପ୍ରସ୍ତର ସ୍ଥାପନା କରିଛନ୍ତି ।

bjdଏହି ଯୋଜନା ଗୁଡିକ ମଧ୍ୟରେ ଶ୍ରୀ ସେତୁ, ଜଗନ୍ନାଥ ବଲ୍ଲଭ ପିଲଗ୍ରିମ ସେଣ୍ଟର, ହସ୍ପିଟାଲ ନିକଟ ଜେଲ ରୋଡ୍‌ରେ ବହୁତଳ କାର ପାର୍କିଂ ବ୍ୟବସ୍ଥା, ବଡ଼ଦାଣ୍ଡରେ ମୁନସିପାଲ ମାର୍କେଟ୍‌ର ପୁନଃ ନିର୍ମାଣ, ସ୍ୱର୍ଗଦ୍ୱାର ଉନ୍ନୟନ କାର୍ଯ୍ୟ, ବେଳାଭୂମିରେ ଭେଣ୍ଡିଂ ଜୋନ୍‌ ନିର୍ମାଣ, ଏବଂ ମିଡ୍‌ ଡେ ମିଲ ଓ ଆହାର ଯୋଜନା ପାଇଁ ଅତ୍ୟାଧୁନିକ ରୋଷେଇ କେନ୍ଦ୍ର । ଅବଢା ଯୋଜନାରେ ହେବାକୁ ଥିବା ୨.୩ କିଲୋମିଟର ବିଶିଷ୍ଟ ଶ୍ରୀସେତୁରେ ୧୮୧ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଜଗନ୍ନାଥ ବଲ୍ଲଭ ପିଲଗ୍ରିମ ସେଣ୍ଟରରେ ୧୯୦ କୋଟି, ବହୁତଳ ପାର୍କିଂ ପାଇଁ ୯୦ କୋଟି, ମାର୍କେଟ ନିର୍ମାଣ ପାଇଁ ୪୪.୮୨ କୋଟି ଓ ଭେଣ୍ଡିଂ ଜୋନ୍‌ ପାଇଁ ୧୨ କୋଟି ଟଙ୍କା ଖର୍ଚ୍ଚ କରିବା ପ୍ରସ୍ତାବ ରହିଛି । ଏହାସହ ପ୍ରସ୍ତାବିତ ପ୍ରକଳ୍ପର ମ୍ୟାପ୍‌ ଦେଖିଲେ ନବୀନ ପଟ୍ଟନାୟକ। ପୂର୍ବରୁ ମୁଖ୍ୟମନ୍ତ୍ରୀ ସ୍ୱର୍ଗଦ୍ୱାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ୍‌ରୁ ଅର୍ଥ ବ୍ୟବସ୍ଥା କରିଛନ୍ତି । ଶ୍ରୀଜିଉଙ୍କୁ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ମହାପ୍ରଭୁଙ୍କୁ ଦର୍ଶନ କରି ମୁଁ ବହୁତ ଖୁସି। ରାଜ୍ୟବାସୀଙ୍କ ପାଇଁ ଶ୍ରୀଜିଉଙ୍କ ପାଖରେ ପ୍ରାର୍ଥନା କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.