Below header

ବିବାହର ୨ ସପ୍ତାହ ପରେ ଧୋକା ଖାଇଲେ ସ୍ୱାମୀ, ଯେତେବେଳେ ଜାଣିଲେ ପତ୍ନୀ ଜଣେ ମହିଳା ନୁହେଁ ପୁରୁଷ

ଆଫ୍ରିକୀୟ ଦେଶ ଉଗାଣ୍ଡାର ଜଣେ ଇମାମଙ୍କୁ ସେବେ ଝଟକା ଲାଗିଥିଲା ଯେବେ ସେ ଜାଣିଥିଲେ କି ତାଙ୍କ ପତ୍ନୀ ଜଣେ ସ୍ତ୍ରୀ ନୁହେଁ ବରଂ ଜଣେ ପୁରୁଷ । ପ୍ରକୃତରେ ଇମାମ ମହମ୍ମଦ ମୁତବା ଓ ତାଙ୍କ ପତ୍ନୀ ଦୁଇ ସପ୍ତାହ ପୂର୍ବରୁ ହିଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ବିବାହ ପରେ ସେ ଦୁହିଁଙ୍କ ଭିତରେ କୌଣସି ପ୍ରକାର ଶାରୀରିକ ସମ୍ବନ୍ଧ ନଥିଲା । ତେଣୁ ଇମାମଙ୍କୁ ଜଣା ପଡି ନଥିଲା କି ତାଙ୍କ ପତ୍ନୀ ଜଣେ ମହିଳା କି ପୁରୁଷ । ବିବାହର ଦୁଇ ସପ୍ତାହ ପରେ ହିଁ ଇମାମଙ୍କ ପଡୋଶୀ ପ୍ରକୃତ ସତକୁ ସମସ୍ତଙ୍କ ସାମ୍ନାକୁ ଆଣିଥିଲେ । ପଡୋଶୀଙ୍କ ଅନୁଯାୟୀ ଇମାମ ବିବାହ କରିଥିବା ବ୍ୟକ୍ତି ଜଣକ ପାଚେରୀ ଡେଇଁ ତାଙ୍କ ଘର ଭିତରେ ପଶିବା ସହ ତାଙ୍କ ଘରୁ ଚୋରି କରିଥିଲେ । ଏମିତିକି ତାଙ୍କ ଘରୁ ଟିଭି, କପଡା ପରି ଜିନିଷ ମାନ ମଧ୍ୟ ଚୋରି କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏହି ସମୟରେ ହିଁ ତାଙ୍କୁ ଜଣା ପଡିଥିଲା କି ଇମାମଙ୍କ ପତ୍ନୀ ହେଉଛନ୍ତି ପ୍ରକୃତରେ ଜଣେ ପୁରୁଷ ।

uganda

ପଡୋଶୀ ଜଣକ ଏନେଇ ଏକ ଏଫଆଇଆର ମଧ୍ୟ ଦାୟର କରିଛନ୍ତି । ଏଫଆଇଆର ଦେବାର କିଛି ସମୟ ଭିତରେ ହିଁ ଉଭୟ ପତି ପତ୍ନୀଙ୍କୁ ପୋଲିସ ଷ୍ଟେସନ ନିଆଯାଇଥିଲା । ଷ୍ଟେସନରେ ଜଣେ ମହିଳା ପୋଲିସ କର୍ମଚାରୀ ଯାଞ୍ଚ କରିବା ସମୟରେ ହିଁ ରହସ୍ୟର ପର୍ଦ୍ଦାଫାଶ ହୋଇଥିଲା । ଅନ୍ୟ ପକ୍ଷରେ ପ୍ରକୃତ ସତ ଜାଣିବା ପରେ ଇମାମଙ୍କୁ ଗଭୀର ଝଟକା ଲାଗିଛି । ପଚରା ଉଚୁରା କରିବା ସମୟରେ ଆରୋପି ଜଣକ ନିଜ ଦୋଷ ମାନିବା ସହ ପଇସା ପାଇଁ ଏପରି କରିଥିବା କଥା ସ୍ୱୀକାର କରିଛନ୍ତି । ଏବାବଦରେ ଇମାମଙ୍କୁ ପଚରା ଯିବାରୁ ଏକ ମସଜିଦରେ ସେ ଦୁହିଁଙ୍କର ଦେଖାହୋଇଥିବା ଓ ପରେ ଇମାମ ହିଁ ନିଜେ ବିବାହ ପ୍ରସ୍ତାବ ଦେଇଥିବା କଥା କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.