ଚୀନ୍‌ରେ ନୂଆ ଭାଇରସ୍‌ ଆତଙ୍କ: ଏବେ ଯାଏଁ ୫୯ ଜଣ ଶିକାର ହୋଇଥିବା ବେଳେ ଘଟିଲାଣି ଜଣଙ୍କ ମୃତ୍ୟୁ

ଭାରତ ସମେତ ସାରା ଦୁନିଆରେ ଏକ ନୂଆ ଭାଇରସ୍‌ର ଆତଙ୍କ ଦେଖାଦେଇଛି। ଚୀନ୍‌ରେ ଏକ ନୂଆ ଭାଇରସ୍‌ ବିଷୟରେ ସୂଚନା ମିଳିଛି। ଏହି ଭାଇରସ୍‌ର ନାଁ ରହିଛି କୋରୋନା ଭାଇରସ୍‌। ଏହି ଭାଇରସ୍‌ ଏତେ ମାରାତ୍ମକ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନର ୫୯ ଜଣ ସଂକ୍ରମିତ ହୋଇସାରିଲେଣି। ଏବେ ସାରା ଦୁନିଆରେ ଭାଇରସ୍‌ ନିଜ ବଂଶ ବିସ୍ତାର କରିବା ଆରମ୍ଭ କରିଦେଲାଣି।

Related image

ରିପୋର୍ଟ ମୁତାବକ ଏହି ଭାଇରସ୍‌ ଯୋଗୁ ଥାଇଲାଣ୍ଡର ଜଣେ ବ୍ୟକ୍ତିଙ୍କ ପ୍ରାଣହାନି ଘଟିସାରିଲାଣି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଭାରତ ସମେତ ସାରା ଦୁନିଆକୁ ଏହି ଭାଇରସ୍‌ ଘାତକ ବୋଲି କହି ଆଲର୍ଟ ଜାରି କରିସାରିଲାଣି। ଏଥିରେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିବା ଆଶଙ୍କା ଅଧିକ ବୋଲି ଜଣାଯାଇଛି।

ଏହି ଭାଇରସ୍‌ ଶରୀରରେ ପ୍ରବେଶ କରିବା ପରେ ଥଣ୍ଡା, ଶୁଖିଲା କାଶ, ଜ୍ୱର ଆଦି ସମସ୍ୟା ଦେଖାଦେଉଛି। ଡାକ୍ତରଙ୍କ କହିବାନୁସାରେ ସି-ଫୁଡ୍‌ ଖାଉଥିବା ବ୍ୟକ୍ତିଙ୍କ ଠାରେ ଏହି ରୋଗ ଅଧିକ ପରିମାଣରେ ଦେଖିବାକୁ ମିଳୁଛି। ତେଣୁ ବର୍ତ୍ତମାନ କିଛି ଦିନ ପର୍ଯ୍ୟନ୍ତ କୌଣସି ସି-ଫୁଡ୍‌ ନ ଖାଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

Related image

ଚୀନ୍‌ ପ୍ରଶାସନ ତରଫରୁ ମିଳିଥିବା ସୂଚନା ମୁତାବକ ଦେଶର ବୁହାନ ନାମକ ସହରରେ ପ୍ରାୟ ୫୯ ଜଣ ଲୋକ ନୂଆ ଭାଇରସ୍‌ ଯୋଗୁ ସଂକ୍ରମିତ ହୋଇଥିବା ମାମଲା ସାମ୍ନାକୁ ଆସିଛି। କୋରୋନା ଭାଇରସ୍‌କୁ ସାର୍ସ ଭାଇରସ୍‌ ପରିବାରର ଏକ ଅଂଶ କୁହାଯାଉଛି। ତେବେ ପ୍ରଥମ ଥର ପାଇଁ ଚୀନ୍‌ ତରଫରୁ କୌଣସି ରୋଗ ବ୍ୟାପିବା ନେଇ ସୂଚନା ଦିଆଯାଇଥିବା ଜଣାଯାଇଛି।

Image result for coronavirus

ଚୀନ୍‌ ସରକାର କୌଣସି ନକାରାତ୍ମକ ଖବରକୁ ତୁରନ୍ତ ପ୍ରଘଟ କରୁନଥିବାରୁ ଏହା ଅଧିକ ସମ୍ବେଦନଶୀଳ ମାମଲା ହୋଇଥିବା ସ୍ପଷ୍ଟ ହୋଇଛି। ପ୍ରାୟ ୧୮ ବର୍ଷ ପୂର୍ବେ ସାର୍ସ ସଂକ୍ରମଣ ଯୋଗୁ ଚୀନ୍‌ର ଅଧିକାଂଶ ଲୋକ ସଂକ୍ରମିତ ହୋଇଥିଲେ ମଧ୍ୟ ଏନେଇ ଚୀନ୍‌ ସୂଚନା ଦେବାକୁ ମନା କରି ଦେଇଥିଲା। ସାରା ଦୁନିଆରେ ଏହି ଭାଇରସ୍‌ ବ୍ୟାପିବା ପରେ ଯାଇ ଚୀନ୍‌ରୁ ଏହି ଭାଇରସ୍‌ ବ୍ୟାପିଥିବା ସେଠାକାର ସରକାର ମାନିଥିଲେ। ୨୦୦୨-୦୩ ମସିହାରେ ସାର୍ସ ସଂକ୍ରମଣ ଯୋଗୁ ସାରା ଦୁନିଆରେ ପ୍ରାୟ ୭୦୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଯଦି ପୂର୍ବରୁ ଚୀନ ସରକାର ଏନେଇ ସୂଚନା ଦେଇଥାନ୍ତେ ତେବେ ଏତେ ସଂଖ୍ୟକ ଲୋକଙ୍କ ଜୀବନ ଯାଇନଥାନ୍ତା।

Related image

ମାତ୍ର ଚଳିତ ଥର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୌଣସି ରିସ୍କ ନେବାକୁ ଚାହିଁନାହିଁ। ଚୀନ ତରଫରୁ ସୂଚନା ମିଳିବା ପରେ ତୁରନ୍ତ ଏନେଇ ସାରା ବିଶ୍ୱକୁ ଆଲର୍ଟ କରିଦିଆଯାଇଛି। ବର୍ତ୍ତମାନ୍‌ ଚୀନ୍‌ ଓ ଥାଇଲାଣ୍ଡରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ କଡ଼ା ନଜର ରଖାଯିବ ବୋଲି ଜଣାଯାଇଛି। ତେବେ ଭାଇରସ୍‌ ବିଷୟରେ ଜଣାପଡ଼ିବା ପରେ ଏଥିରୁ ମୁକ୍ତି ପାଇବା ଔଷଧ କୁହାଯିବ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.