Below header

କୁଆଡେ ଗଲେ ସୌରୀନ ଭଟ୍ଟ: ଜାରି ହେବ NBW

ମହିଳାଙ୍କୁ ଯୌନ ଶୋଷଣ ଅଭିଯୋଗରେ ସୌରୀନଙ୍କ ବିରୋଧରେ ଜାରି ହେବ NBW। ଜାମିନ ବିହୀନ ଗିରଫ ପରୱାନା ପାଇଁ କୋର୍ଟରେ ଆବେଦନ କରିବ କଟକ କମିଶନରେଟ ପୋଲିସ।

କଟକ(କେନ୍ୟୁଜ୍):ବଢ଼ିଲା ଜଣାଶୁଣା କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ଅଡୁଆ । ମହିଳାଙ୍କୁ ଯୌନ ଶୋଷଣ ଅଭିଯୋଗରେ ତାଙ୍କ ବିରୋଧରେ ଜାରି ହେବ NBW। ଜାମିନ ବିହୀନ ଗିରଫ ପରୱାନା ପାଇଁ କୋର୍ଟରେ ଆବେଦନ କରିବ କଟକ କମିଶନରେଟ ପୋଲିସ। ସୌରୀନ ଦୀର୍ଘ ଦିନ ହେବ ତଦନ୍ତରେ ସହଯୋଗ ନ କରିବାରୁ ଏପରି ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର। ଯୁବତୀଙ୍କୁ ଯୌନ ଶୋଷଣ ମାମଲାରେ ସୌରୀନଙ୍କ ନାଁରେ ପୂର୍ବରୁ ଲୁକ୍ ଆଉଟ ସର୍କୁଲାର ଜାରି କରିଥିଲା କମିଶନରେଟ ପୋଲିସ।

ସୌରୀନଙ୍କ ପତ୍ତା ମିଳୁନି । କୋଲକାତା ପୋଲିସ ସହାୟତାରେ ତାଙ୍କ ଘରେ ବି ରେଡ୍ ହୋଇଥିଲା । ଏଥିପାଇଁ କୋଲକାତା ଯାଇଥିଲେ କଟକ ପୋଲିସର ୪ଜଣିଆ ଟିମ୍ । ସୌରୀନଙ୍କ ଘର ସମେତ ତିନୋଟି ସ୍ଥାନରେ ରେଡ୍ ହୋଇଥିଲା । କିନ୍ତୁ ମିଳି ନଥିଲେ ସୌରୀନ । କୋଲକାତାରୁ ପୋଲିସ ଟିମ୍ ଖାଲି ହାତରେ ଫେରିଥିଲା । ଏହାପରେ ତାଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରାଯାଇଥିଲା। ଏହାସହ ସୌରୀନଙ୍କ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଫ୍ରିଜ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.