Below header

ଚୋରି କରିବାର ନୂଆ ଟେକ୍‌ନିକ୍‌, ଆଙ୍ଗୁଳି ଟିପ ନେଇ ଟଙ୍କା ଚୋରି କରିବାକୁ ଉଦ୍ୟମ

ଝାରସୁଗୁଡା : ଚୋରି କରିବାର ନୂଆ ଟେକ୍‌ନିକ୍‌ । ଆଙ୍ଗୁଳି ଟିପ ନେଇ ଟଙ୍କା ଚୋରି କରିବାକୁ ଉଦ୍ୟମ । ଝାରସୁଗୁଡା ଜିଲ୍ଲା ଦେବାଡିହି ଗାଁରୁ ଏପରି ଘଟଣା ସାମ୍ନାକୁ ଆସିଛି । ବିଦ୍ୟୁତ୍‌ ବିଭାଗରୁ ଆସିଛି କହି ଦୁଇ ଜଣ ଯୁବକ ଗାଁର ଉମେଶ କୁମାର ପାଣ୍ଡେଙ୍କ ଘରକୁ ଆସିଥିଲେ । ବୃଦ୍ଧ ଦମ୍ପତି ଉମେଶ କୁମାର ପାଣ୍ଡେ ଓ ତାଙ୍କ ପତ୍ନୀ ଘର ବାରଣ୍ଡାରେ ବସିଥିଲେ । ଦୁଇ ଜଣ ଯୁବକ ବୃଦ୍ଧ ଦମ୍ପତିଙ୍କ ଫଟୋ ଉଠାଇ ମୋବାଇଲରେ ଆଙ୍ଗୁଳିର ଟିପଚିହ୍ନ ନେଇଥିଲେ । ଏହା ପରେ ଆଧାର କାର୍ଡ ମାଗିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା । ଆଧାର କାର୍ଡ ଦେବାକୁ ମନା କରିବାରୁ ସେମାନେ ସେଠାରୁ ପଳାଇ ଯାଇଥିଲେ । ପରେ ବୃଦ୍ଧ ଉମେଶ ତାଙ୍କ ସଂପର୍କୀୟଙ୍କୁ ଜଣାଇଥିଲେ । ସମ୍ପର୍କୀୟ ଜଣଙ୍କ ପ୍ରଥମେ ବ୍ୟାଙ୍କ ଆାଉଣ୍ଟ ବନ୍ଦ କରି ଝାରସୁଗୁଡା ଟାଉନ ଥାନାରେ ଏତଲା ଦେଇଛନ୍ତି । ଏଥିରେ ସ୍ଥାନୀୟ ବାସିନ୍ଦା ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.