Below header

୬ ବର୍ଷ ପ୍ରେମ ପରେ ବିବାହ କରିଥିଲେ, ଚତୁର୍ଥୀ ପୂର୍ବରୁ ପ୍ରେମିକ ସହ ଫେରାର ହେଲା ସ୍ତ୍ରୀ

ଚତୁର୍ଥୀ ପୂର୍ବରୁ ସ୍ତ୍ରୀ ଫେରାର । ଭୁଲ୍ ତାର ଭୋଗୁଛି ମୁଁ । ସ୍ତ୍ରୀକୁ ଖୋଜୁଛି ନବବିବାହିତ ସ୍ବାମୀ । ସ୍ତ୍ରୀ ଘରୁ ଗଲା ବେଳେ ୩୦ ହଜାର ଟଙ୍କା ଓ ସୁନା ଗହଣା ନେଇଯାଇଥିବା ଅଭିଯୋଗ କରିଛନ୍ତି ସ୍ବାମୀ । ଏଭିଳି ଏକ ଘଟଣା ଘଟିଛି ଭୁବନେଶ୍ବର ଖଣ୍ଡଗିରି ଅଂଚଳରେ ।

ଭୁବନେଶ୍ୱର (କେନ୍ୟୁଜ): ଚତୁର୍ଥୀ ପୂର୍ବରୁ ସ୍ତ୍ରୀ ଫେରାର। ସ୍ତ୍ରୀକୁ ଖୋଜୁଛି ନବବିବାହିତ ସ୍ୱାମୀ। ସ୍ତ୍ରୀ ଘରୁ ଗଲା ବେଳେ ନେଇଗଲା ୩୦ ହଜାର ଟଙ୍କା ଓ ସୁନା ଗହଣା। ଏଭିଳି ଏକ ଘଟଣା ଘଟିଛି ଭୁବନେଶ୍ବର ଖଣ୍ଡଗିରି ଅଂଚଳରେ । ଥାନାରେ ଅଭିଯୋଗ କରିଛନ୍ତି ଖଣ୍ଡଗିରି ଅଞ୍ଚଳର ସମୀର ମୁଦୁଲି। ତାଙ୍କ ଅଭିଯୋଗ ଅନୁସାରେ, ଫେରାର ଥିବା ପତ୍ନୀଙ୍କ ସହ କଲେଜ ଦେଖା ଓ ତା ପ୍ରେମ ହୋଇଥିଲା । ୬ ବର୍ଷର ପ୍ରେମ ସମ୍ପର୍କ ଥିଲା । ପରେ ପ୍ରେମିକାଙ୍କୁ ଉଠେଇ ନେଇ ବିବାହ କରିଥିଲେ।

ଯୁବତୀଙ୍କ ଘର ଲୋକ ଅଭିଯୋଗ ପରେ ଥାନାରେ ମାମଲା ହୋଇଥିଲା । ପରବର୍ତ୍ତୀ ସମୟରେ ଯୁବତୀଙ୍କୁ ଉଦ୍ଧାର କରି ସ୍ବାଧର ଗୃହକୁ ପଠାଯାଇଥିଲା । କିଛି ଦିନ ପରେ ପରିବାର ଲୋକ ସହମତି ହେବା ପରେ ଗତ ୨୯ ତାରିଖରେ ଅନୁଷ୍ଠାନ ଆମଫୋଇରେ ହୋଇଥିଲା ଵିବାହ । ବିବାହ ସରିବା ପରେ ରିସ୍ପେସନ ପାର୍ଟି ପାଇଁ ସବୁ ପ୍ରସ୍ତୁତି ସରିଥିଲା । ୨ ତାରିଖରେ ଥିଲା ଚତୁର୍ଥୀ । ହେଲେ ୧ ତାରିଖରେ ପୁରୁଷ ବନ୍ଧୁଙ୍କ ସହିତ ଫେରାର ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଖଣ୍ଡଗିରି ଅଂଚଳର ସମୀର ମୁଦୁଲି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.