ଏବେ କିନ୍ନରଙ୍କୁ ମିଳିବ ସମସ୍ତ ସରକାରୀ ସୁବିଧା, ମଧୁବାବୁ ପେନ୍‌ସନ୍‌ ଯୋଜନାରେ ହେଲେ ସାମିଲ

କେନ୍ୟୁଜ ବ୍ୟୁରୋ : ମଧୁବାବୁ ପେନ୍‌ସନ୍‌ ଯୋଜନାରେ କିନ୍ନରଙ୍କୁ ସାମିଲ କରାଯାଇଛି । ଏଥିସହ ବିଭିନ୍ନ ସରକାରୀ ଯୋଜନାର ସୁବିଧା ଯୋଗାଇ ଦେବା ଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ୨୦୧୯ ସାଧାରଣ ନିର୍ବାଚନରେ କିନ୍ନରଙ୍କ ବିକାଶ ଲାଗି ବିଜେଡି ଦେଇଥିବା ପ୍ରତିଶ୍ରୁତି ଗୋଟିଏ ପରେ ଗୋଟିଏ ପୂରଣ କରିବାରେ ଲାଗିଛି । କିନ୍ନରଙ୍କ ସର୍ଜିକାଲ ଅପରେସନ ସହ ହର୍ମୋନାଲ ଥେରାପି ପାଇଁ ବ୍ୟବସ୍ଥା କରିବା ଲାଗି ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ।

ଏଥିସହ ସରକାରଙ୍କ ବିଭିନ୍ନ ଯୋଜନାରେ କିନ୍ନରଙ୍କୁ ସାମିଲ ଲାଗି ବ୍ୟବସ୍ଥା କରିବାକୁ କ୍ରୀଡା, ଶିକ୍ଷା, ନଗର ଉନ୍ନୟନ ବିଭାଗର ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । କିନ୍ନରଙ୍କ ଅଭିଯୋଗ ସମ୍ପର୍କରେ ବିଚାର ଲାଗି ରାଜ୍ୟ ଓ ଜିଲ୍ଲା ସ୍ତରରେ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି ।

 

Leave A Reply

Your email address will not be published.