Below header

ଶରତ କରଙ୍କୁ ଗାର୍ଡ ଅଫ ଅନର ଦିଆନଯିବା ପ୍ରସଙ୍ଗ, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

କେନ୍ୟୁଜ ବ୍ୟୁରୋ : ପୂର୍ବତନ ବାଚସ୍ପତି ଶରତ କରଙ୍କୁ ଗାର୍ଡ ଅଫ ଅନର ଦିଆ ନଯିବା ପ୍ରସଙ୍ଗରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ । ମାମଲାରେ ଜବାବ ଦାଖଲ କରିବାକୁ ସମୟ ନେଇଛନ୍ତି ରାଜ୍ୟ ସରକାର । ଡିସେମ୍ବର ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଆବେଦନରେ ଦର୍ଶାଯାଇଛି, ସେପ୍ଟେମ୍ବର ୧୨ରେ ପୂର୍ବତନ ବାଚସ୍ପତି ଶରତ କରଙ୍କ ଦେହାନ୍ତ ପରେ ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇ ନଥିଲା । ଏହା ତାଙ୍କ ପ୍ରତି ଅସମ୍ମାନ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଏଭଳି ନିଷ୍ପତ୍ତି ନେଇଥିବା ପଦାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରାର୍ଥନା କରିଛନ୍ତି ଆବେଦନକାରୀ । ମାମଲାରେ ଗୃହ ବିଭାଗ ସଚିବ, ବିଧାନସଭା ସଚିବ, ଖୋର୍ଦ୍ଧା ଓ କଟକ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି । କଂଗ୍ରେସ ନେତା ଦେବେନ୍ଦ୍ର ସାହୁଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.