Below header

ଧୌର୍ଯ୍ୟକୁ ସଲାମ: ପ୍ରତିଦିନ ଅଣ୍ଟାରେ ୨୦୦ ଖାଲି ବୋତଲ ବାନ୍ଧି ୪ କିଲୋମିଟର ପହଁରିଥାନ୍ତି ଏହି ମହିଳା

ଇଣ୍ଡୋନେସିଆର ଏକ ଗାଁରେ ରହୁଥିବା ଜଣେ ମହିଳା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ମହିଳା ଜଣକ ନିଜ ଅଣ୍ଟାରେ ପାଖାପାଖି ୨୦୦ ଖାଲି ବୋତଲ ବାନ୍ଧି ପ୍ରତିଦିନ ନଦୀ ପହଁରି ୪ କିଲୋମିଟର ଯାତ୍ରା କରିଥାନ୍ତି। ମହିଳାଙ୍କ ନାଁ ମାମା ହାସରିୟା। ସେ ଛୋଟ ଦ୍ବୀପ ସୁଲାବେସିରେ ନିଜ ସମ୍ପ୍ରଦାୟ ଲୋକଙ୍କ ପାଇଁ ସ୍ୱଚ୍ଛ ପାନୀୟ ଜଳ ନେଇକି ଆସିଥାନ୍ତି।

ହାସରିୟାଙ୍କ ଭଳି ସ୍ଥାନୀୟ ମହିଳାମାନେ ମଧ୍ୟ ଏପରି କାମ କରିଥାନ୍ତି। ସେମାନେ ମନ୍ଦାର ନଦୀରେ ଗୋଟିଏ ଘଣ୍ଟା ଯାତ୍ରା କରି ନଦୀ ଆରପଟେ ଥିବା କୂଅରୁ ପାଣି ଆଣିଥାନ୍ତି। ୪୬ ବର୍ଷୀୟା ହାସରିୟା ଏବଂ ଅନ୍ୟ ମହିଳାମାନଙ୍କୁ ଏହି କାମ ପାଇଁ ପଇସା ମିଳିଥାଏ। ପ୍ରତ୍ୟେକ କେନ ପିଛା ମାତ୍ର ଅଢେଇ ଟଙ୍କା ମିଳିଥାଏ।

hhj

ହାସରିୟା କୁହନ୍ତି, ‘ପିଇବା ଏବଂ ରୋଷେଇ କରିବା ପାଇଁ ଆମକୁ ନଦୀ ସେପଟକୁ ଯିବାକୁ ପଡ଼ୁଛି। ଟିନାମ୍ବୁଙ୍ଗ ଅଞ୍ଚଳରେ ରହୁଥିବା ପାଖାପାଖି ୫,୮୦୦ ଲୋକଙ୍କ ପାଇଁ ଏହି କାମ କରିବା ବହୁତ କଷ୍ଟକର ହୋଇଥାଏ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.